Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ।

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ।

ପଦ୍ମପୁର-ସ୍ଥାନୀୟ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଗଙ୍ଗାଧର ମେହେରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟଅର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ସଭାପତିତ୍ବ କରିଥିଲେ ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ। ଛାତ୍ରୀ ଏଲିନା ଧରୁଆ, ନମିତା ଧରୁଆ, ଭୂମିସୁତା ଭୋଇ, ମିନାକ୍ଷୀ ଭୋଇ ଓ ପୁନମ ପଟେଲ ସ୍ବଭାବ କବିଙ୍କ ସ୍ମୃତି ଚାରାଣ କରିଥିଲେ।

କବିଙ୍କ ରଚିତ କାଳଜୟୀ କବିତା ଗୁଡିକ ମଧ୍ୟରୁ ଚାରିଟି କବିତା ସାମୂହିକ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ସାହୁ, ଶିକ୍ଷକ ଶ୍ରୀ ଲେଖ୍ରୁ ବାରିକ ମଧ୍ୟ କବିଙ୍କ ଗୁଣଗାନ କରିଥିଲେ। ଶିକ୍ଷକ ଶ୍ରୀ ପ୍ରମୋଦ ନାଥ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ଶ୍ରୀ ଚନ୍ଦ୍ରଭାନୁ ବଡ଼ଗୁଛିଆ ଓ ଶ୍ରୀ ସୁରେଶ ପଟେଲ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

error: Content is protected !!