Wednesday, December 18, 2024
spot_imgspot_imgspot_img
Homeଅଘଟଣସ୍କୁଲକୁ ପାଠ ପଢି ଆସି ଛାତ ଉପରେ ଟାଙ୍କି ସଫା କରୁଛି ଛାତ୍ର ! ସୋସିଆଲ...

ସ୍କୁଲକୁ ପାଠ ପଢି ଆସି ଛାତ ଉପରେ ଟାଙ୍କି ସଫା କରୁଛି ଛାତ୍ର ! ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଭାଇରାଲ।

ବିପଦରେ ତୁରେକେଲା ସ୍କୁଲ ଛାତ୍ରଙ୍କ ଜୀବନ ।

ତୁରେକେଲା – ଗରିବ ଶ୍ରେଣୀ ପରିବାର ଲୋକେ ପିଲାମାନଙ୍କ ଭବିଷ୍ୟତ ଗଢିବା ପାଇଁ ବାପା ମା ମାନେ ସରକାରୀ ସ୍କୁଲ କୁ ପାଠ ପଢାଇବାକୁ ପିଲାମାନଙ୍କୁ ପଠାଉଛନ୍ତି। ହେଳେ ଛାତ୍ର ଛାତ୍ରୀ ଙ୍କୁ ପାଠପଢାଇବା ବଦଳ ରେ ସ୍କୁଳ କର୍ତ୍ତୃପକ୍ଷ ମାନେ ଛାତ୍ର ଙ୍କୁ ଛତ ଉପର କୁ ଚଢାଇ ପାଣି ଟଙ୍କି ସଫା କରାଉଥିବା ଅଭିଯୋଗ ସାମ୍ନା କୁ ଆସିଛି। ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟ ପରିସର ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏହି ଦୃଶ୍ଯ ସୋସିଆଲ ମିଡିଆ ରେ ଭାଇରାଲ ରେ ଲାଗିଛି। ସ୍କୁଳ କୁ ପାଠ ପଢିବାକୁ ଆସିଥିବା ଛାତ୍ର ଜଣକ ସ୍କୁଳ ଛାତ ଉପରୁ ତଳ କୁ ଓଲ୍ହାଇ ଥିବା ଦେଖିବାକୁ ମିଳୁଛି।

ଛାତ୍ର ଜଣକ ତୁରେକେଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ହୋଇଥିବା ସ୍ପଷ୍ଟ ହୋଇଛି। ସରକାର ସରକାରୀ ବିଦ୍ୟାଳୟ କୁ ପାଠପଢ଼ିବାକୁ ଆସୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ କାହିଁକି ତେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲା ମାନେ ଗୁଣାତ୍ମକ ଶିକ୍ଷା କେମିତି ପାଇବେ ସେ ନେଇ ସମସ୍ତ ପ୍ରକାଶ ଉଦ୍ୟମ କରୁଥିବା ବେଳେ ଏଠି ଛାତ୍ର କୁ ପାଠ ପଢାଇବା ବଦଳ ରେ ତା ଜୀବନ କୁ ବିପଦ ରେ ଠେଲି ଦେଇ ସ୍କୁଳ କର୍ତ୍ତୃପକ୍ଷ ଛାତ ଉପର କୁ ଚଢାଉଥିବା ଅଭିଯୋଗ ହେଉଛି। ଯଦି ଛାତ୍ର ଜଣକ ଛାତ ଉପରେ ଚଢିଥିବା ସମୟରେ କୌଣସି ଅଘଟଣ ଘଟେ ତେବେ ସେଥି ପାଇଁ କିଏ ଦାୟୀ ହେବ ବୋଲି ପ୍ରଶ୍ନ ଉଠୁଛି।

ସ୍କୁଲ ଛାତ୍ର କୁ ଛାତ ଉପରୁ ଚଢାଇ କାମ କରିବାକୁ ସ୍କୁଲ କର୍ତ୍ତୃପକ୍ଷ କୁ କିଏ ଦେଳା ଅନୁମତି ?। ଏନେଇ ଦାଇତ୍ବ ଥିବା ପ୍ରଧାନ ଶିକ୍ଷୟତ୍ରୀ ମାଧବୀଲତା ସାହୁ ଙ୍କୁ ପଚାରିବାରୁ ଏହି ଅଭିଯୋଗ ଟି ମିଥିଆ ଅଟେ କାହିଁକି ଆମେ ଛାତ ଉପରକୁ ପିଲାମାନଙ୍କୁ ଚଢାଇବୁ ଆପଣ ଙ୍କୁ କିଏ ଭୁଲ ତଥ୍ଯ ଦେଇଛି ବୋଲି ସେ ଖଣ୍ଡନ କରିଛନ୍ତି। ତେବେ ଯଦି ସ୍କୁଳ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ଜଣକ କୁ ଛାତ ଉପର କୁ ଚଢାଇ ନାହାଁନ୍ତି ତେବେ ସ୍କୁଳ ଆସିଥିବା ବେଳେ ୟୁନିଫର୍ମ ରେ ଛାତ୍ର ଜଣକ ସ୍କୁଲ ଛାତ କୁ କାହିଁକି ଯାଇଥିଲା।

ଯଦି ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସର ରେ ଛାତ୍ର ମାନଙ୍କ ଜୀବନ କୁ ବିପଦରେ ରେ ଠେଲି ଛାତ ଉପରକୁ ଚଢାଇ କାମ କରାଯାଉଛି ତେବେ ଉପାନ୍ତ ଅଞ୍ଚଳ ରେ ଥିବା ସ୍କୁଳ ଅବସ୍ଥା ଅଣ ଥିବ ଏହାରୁ ଅନୁମାନ କରାଯାଉଛି। ତେବେ ଆମେ ତୁରେକେଲା ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲୁ ହେଳେ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ରାଜ୍ଯ ଶିକ୍ଷା ବିଭାଗ ଏହି ଘଟଣା କୁ ନଜର ଦେଇ ସ୍କୁଳ କର୍ତ୍ତୃପକ୍ଷ ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।

error: Content is protected !!