Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସେବା ସପ୍ତାହ ଅବସରରେ କୁଚିଣ୍ଡାରେ ମନ୍ତ୍ରୀଙ୍କ ସଫେଇ କାର୍ଯ୍ୟକ୍ରମ ।

ସେବା ସପ୍ତାହ ଅବସରରେ କୁଚିଣ୍ଡାରେ ମନ୍ତ୍ରୀଙ୍କ ସଫେଇ କାର୍ଯ୍ୟକ୍ରମ ।

କୁଚିଣ୍ଡା(ତପନ ଦାଶ)- ପ୍ରଧନମନ୍ତ୍ରୀଙ୍କ ଜନ୍ମ ସପ୍ତାହ ଅବସରରେ ସାରା ଦେଶରେ ସେବା ସପ୍ତାହ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି ଅବସରରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ତ୍ରୀ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଯାଇ ସେଠାରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ପରେ କର୍ମୀ, ଓ ସଫେଇ କର୍ମୀଙ୍କ ସହ ବାଇପାସ ରୋଡ଼ରେ ସଫେଇ କରିଥିଲେ । ନିଜେ ମନ୍ତ୍ରୀ କୋଡ଼ି, କୋଦାଳ, ବେଲଚା ଧରି ସଫେଇ କରୁଥିବା ବେଳେ କର୍ମୀ ମାନେ ମଧ୍ୟ ଉତ୍ସାହିତ ହୋଇ କାମ କରୁଥିବା ଦେଖିବାକୁ ମିଳିଥିଲା ।

ଏହି ଅବସରରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ପ୍ରଧାନ, ସମସ୍ତ ଏନଏସିର ସଫେଇ କର୍ମଚାରୀ, ଜିଲ୍ଲା ବିଜେପି ମହିଳା ମୋର୍ଚା ଉପସଭାପତି ଅନୁପମା ନାୟକ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଶୀଲ କର, ମହେଶ ରାୟ, ପ୍ରଣବନ୍ଧୁ ନାଥ, ପ୍ରଭାତ ଶର୍ମା, ସଚିତା ଶର୍ମା, ଗାୟତ୍ରୀ ଚାଲାଣ, ସୁନେନା ବେହେରା, ପୁଷ୍ପାଞ୍ଜଳି ପଟେଲ, କୁଞ୍ଜଲତା ନାଏକ, ଆକାଶ ପାଣିଗ୍ରାହୀ, ବିକାଶ ନାଏକ, କାନହୁ ନାଏକ, ବିବେକ ରାୟ, ଗୋଲୁ ଅଗ୍ରୱାଲ, ଚିତ୍ତ ଭୋଇ, ହରିହର ପାଣି, ରଂଜିତ ସାହୁଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇ ମନ୍ତ୍ରୀଙ୍କ ସହିତ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

error: Content is protected !!