Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସି.ବି.ଏସ.ଇ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ : ସଂସ୍କାର ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀଙ୍କ ଭଲ ରେଜଲ୍ଟ...

ସି.ବି.ଏସ.ଇ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ : ସଂସ୍କାର ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀଙ୍କ ଭଲ ରେଜଲ୍ଟ ପ୍ରଦର୍ଶନ ।

ବରଗଡ଼-ଚଳିତ ବର୍ଷ ସି.ବି. ଏସ. ଇ ଦଶମ ଶ୍ରେଣୀ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସଂସ୍କାର ଇଣ୍ଟରନ୍ୟାସନାଲ ସ୍କୁଲ ବରଗଡ଼ ର ଛାତ୍ରଛାତ୍ରୀ ମାନେ ପୂର୍ବ ବର୍ଷ ମାନଙ୍କ ପରି ଏ ବର୍ଷ ମଧ୍ୟ ସଫଳତା ର ସ୍ତମ୍ଭ ସ୍ଥାପନ କରିଛନ୍ତି ।ବିଦ୍ୟାଳୟର ଦଶମ ଶ୍ରେଣୀ ର ଛାତ୍ରୀ ସୋନାକ୍ଷୀ ବିର୍ମିୱାଳ ୯୬.୪ % ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ବେଳେ ଛାତ୍ର ପପୁନ ସା ୯୬.୨ % ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ସ୍ଥାନ ରେ ରହିଛନ୍ତି । ୧୩ ଜଣ ଛାତ୍ର ଛାତ୍ରୀ ୯୦ % ରୁ ଉର୍ଦ୍ଧ୍ବ ନମ୍ବର ରଖି ପାଶ୍ କରିଛନ୍ତି । ସେମାନେ ହେଲେ ଅଦ୍ଵିକା ଅଗ୍ରୱାଲ ୯୫ % , ଅଧିତି ଅଗ୍ରୱାଲ ୯୪.୬ % , ସ୍ୱାତୀ ସାହୁ ୯୪.୪ % , ରୋହିତ କୁମାର ଅଗ୍ରୱାଲ ୯୪ % , ମୃଣଳ ମୁଣ୍ଡ ୯୩.୬ % , ନନ୍ଦିନୀ ଅଗ୍ରୱାଲ ୯୩.୪ % , ଅଦିତି ଅଗ୍ରୱାଲ ୯୩.୨ %, ଅଙ୍କୁଶ ଧନୁକା ଓ ଅର୍ଚ୍ଚିତା ପଣ୍ଡା ୯୩.୨ % , ଚିନ୍ମୟ ଅଗ୍ରୱାଲ ୯୧.୮ % , ପୂଜା ଅଗ୍ରୱାଲ ୯୦ % ପ୍ରତିଶତ ନମ୍ବର ରଖିଛନ୍ତି । ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ସୋନାକ୍ଷୀ ବିର୍ମିୱାଳ ଇଂରାଜୀ ରେ ୯୫, ସଂସ୍କୃତ ରେ ୯୯ , ଗଣିତ ରେ ୮୭ , ବିଜ୍ଞାନ ରେ ୯୯, ସାମାଜିକ ବିଜ୍ଞାନ ରେ ୯୬ , ଆଇ. ଟି ରେ ୯୩ ନମ୍ବର ରଖିଛନ୍ତି।

ସେହିପରି ଦ୍ଵାଦଶ ଶ୍ରେଣୀ ର କମର୍ସ ଓ ବିଜ୍ଞାନ ର ପରୀକ୍ଷା ଫଳରେ ମଧ୍ୟ ପୂର୍ବ ବର୍ଷ ପରି ଏ ବର୍ଷ ପଶ୍ଚିମ ଓଡ଼ିଶା ରେ ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିପାରିଛି ବିଦ୍ୟାଳୟ । ଦ୍ଵାଦଶ ଶ୍ରେଣୀ ର କମର୍ସ ବିଭାଗରେ ଛାତ୍ର ଆଶୁତୋଷ ଅଗ୍ରୱାଲ ୯୬% ନମ୍ବର ରଖି ପଶ୍ଚିମ ଓଡ଼ିଶା ରେ ଟପର ହୋଇଛନ୍ତି । ସେ ଇଂରାଜୀ ରେ ୯୦, ଏକାଉଣ୍ଟଟେନ୍ସି ରେ ୧୦୦, ବିଜନେସ୍ ଷ୍ଟଡିଜ୍ ରେ ୯୫, ଇକୋନୋମିକ୍ସ ରେ ୯୫ , ଏପ୍ଲାଏଡ୍ ମ୍ୟାଥମେଟିକ୍ସ ରେ ୯୨ , ଆଇ. ଟି ରେ ୧୦୦ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଦ୍ଵିତୀୟ ସ୍ଥାନ ରେ ୯୪.୪ % ନମ୍ବର ରଖି ଛାତ୍ର ବିପୁଳ ଜେନ ମଧ୍ୟ ବିଦ୍ୟାଳୟ ପାଇଁ ସଫଳତା ଆଣିଛନ୍ତି । କମର୍ସ ବିଭାଗରେ ୧୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନେ ୯୦ % ରୁ ଅଧିକ ନମ୍ବର ରଖିଛନ୍ତି। ସେମାନେ ହେଲେ ଅଭିଷେକ ବଂଶଲ ୯୪.୨ % , ଅନିଶ ବଲୋଦିଆ ୯୩.୪ %, ପ୍ରାର୍ଥନା ଅଗ୍ରୱାଲ ୯୩.୨ %, ପରିଧି ଅଗ୍ରୱାଲ ୯୨.୪ %, ଅଦ୍ଵିକା ଜିନ୍ଦଲ ୯୨.୨ % , ଶୁଭମ୍ ଅଗ୍ରୱାଲ ୯୧ % , କ୍ଷୀତିଜ୍ ଅଗ୍ରୱାଲ ୯୦.୬ % , ନୈତିକ ଅଗ୍ରୱାଲ ୯୦.୨ % ।

ସେହିପରି ଦ୍ଵାଦଶ ବିଜ୍ଞାନ ରେ ୪୮ ଜଣ ଛାତ୍ର ଛାତ୍ରୀ ପଢ଼ୁଥିବା ବେଳେ ଛାତ୍ର ପ୍ରାଜୁର୍ଯ୍ୟ ସୁଭଦର୍ଶୀ ମହାପାତ୍ର ୯୪.୨ % ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ର ଗୁନଗୁନ ପ୍ରସାଦ ୯୧.୨ % ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ବିଜ୍ଞାନ ବିଭାଗରେ ଇଂରାଜୀ ରେ ୯୫, ଫିଜିକ୍ସ ରେ ୯୫ , କେମେଷ୍ଟ୍ରୀ ରେ ୯୭, ବାୟୋଲୋଜୀ ରେ ୯୩, ଗଣିତ ରେ ୯୫, ଫିଜିକାଲ୍ ଏଜୁକେସନ୍ ରେ ୧୦୦, କମ୍ପ୍ୟୁଟର ବିଜ୍ଞାନ ରେ ୯୮ ସର୍ବୋଚ୍ଚ ନମ୍ବର ରଖିଛନ୍ତି ଛାତ୍ର ଛାତ୍ରୀ ମାନେ। ଛାତ୍ର ପ୍ରାଜୁର୍ଯ୍ୟ ସୁଭଦର୍ଶୀ ମହାପାତ୍ର ଇଂରାଜୀରେ ୯୫ , ପଦାର୍ଥ ବିଜ୍ଞାନରେ ୯୫, ରସାୟନ ବିଜ୍ଞାନରେ ୯୫, ଗଣିତରେ ୮୮, କମ୍ପ୍ୟୁଟର ବିଜ୍ଞାନ ରେ ୯୮ ନମ୍ବର ରଖିଛନ୍ତି। ଛାତ୍ର ଛାତ୍ରୀ ମାନଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟ ର ଚେୟାରମ୍ୟାନ ଶ୍ରୀଯୁକ୍ତ ସୁମନ ସାୱଡିଆ, ଡାଇରେକ୍ଟର ଶ୍ରୀଯୁକ୍ତ ଅଜିତ ପଟ୍ଟନାୟକ, ସାପ୍ଲିଙ୍ଗ ଡାଇରେକ୍ଟର ଶ୍ରୀଯୁକ୍ତ ସିଦ୍ଧାର୍ଥ ସାୱଡିଆ ବିଦ୍ୟାଳୟର ପ୍ରିନ୍ସିପାଲ ଶ୍ରୀଯୁକ୍ତ କରନ ସାହୁ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ , ଅଭିଭାବକ ଅଭିଭାବିକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

error: Content is protected !!