Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସିଲଭରସିଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭକୁଆ ଲୋକ’ ପୁରସ୍କୃତ ।

ସିଲଭରସିଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭକୁଆ ଲୋକ’ ପୁରସ୍କୃତ ।

ବରପାଲି – ବରପାଲି ଜିଏମ୍ ପ୍ରଡକ୍ସନ ପ୍ରଯୋଜିତ କ୍ଷୁଦ୍ର ସମ୍ବଲପୁରୀ ଚଳଚ୍ଚିତ୍ର ଭକୁଆ ଲୋକ ଶ୍ରେଷ୍ଠ କମେଡି ସିନେମା ଭାବେ କଟକରେ ଆୟୋଜିତ ଚତୁର୍ଥ ସିଲଭରସିଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହୋଇଯାଇଛି। ଚଳଚ୍ଚିତ୍ରର ଲେଖକ, ନିର୍ଦ୍ଦେଶକ ଓ ପ୍ରଯୋଜକ ସରୋଜ ମେହେରଙ୍କ ସମେତ କଳାକାର ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମାରୋହରେ ଅତିଥ୍‌ ଭାବରେ ବର୍ଷିଆନ ସିନେ ସଂଗିତକାର ଅରୁଣ ମାହାନ୍ତି, ସିନେ ଅଭିନେତା ଶ୍ରୀତମ ଦାଶ,ନିର୍ଦେଶକ ସୂରଜ ମିଶ୍ର, ନବକିଶୋର ଦାସ ଓ ବରିଷ୍ଠ କଳାକାର ମାନେ ମଞ୍ଚାସିନ ହୋଇଥିଲେ।

ସମ୍ବଲପୁରୀ ସିନେମା ‘ଭକୁଆ ଲୋକ’ ଶ୍ରେଷ୍ଠ କମେଡି ଚଳଚିତ୍ର ରୂପେ ପୁରସ୍କୃତ ହୋଇଥିବା ଖବର ପ୍ରସାରିତ ହେଲା ପରେ ଅଞ୍ଚଳର କଳାକାର ଓ କଳାପ୍ରେମୀ ମହଲରେ ଆନନ୍ଦର ଲହରି ଖେଳିଯାଇଛି। ଉତ୍ସବରେ ୮ଟି ବିଦେଶି ସହିତ ବିଭିନ୍ନ ପ୍ରଦେଶର ଆଞ୍ଚଳିକ ଭାଷାର ୩୦ଟି ଚଳଚିତ୍ର ପଦର୍ଶିତ ହୋଇଥିଲା।

ସିନେମାର ରଚନା, ନିର୍ଦ୍ଦେଶନା ତଥା ମୁଖ୍ୟ ଭୂମିକାରେ ସରୋଜ ମେହେର ଅଭିନୟ କରିଥିବା ବେଳେ ସହଯୋଗୀ କଳାକାର ଭାବେ ବୀର ବଜରଙ୍ଗ ମେହେର,ବୁଲୁ ରଣା,ଟଙ୍କଧର ଭୁଏ,ଦିଲ୍ଲିପ ଲହରିଆ,ପ୍ରକାଶ ବେହେରା,ବନ୍ଦିତା ମିଶ୍ର,ଆଲୋକ ନାଗ,ସରୋଜ କୁମ୍ଭାର ଏବଂ ସଂଗିତ ଅଭିମନ୍ଯୁ ମେହେର,ନବ କିଶୋର ମେହେର ଓ ଘନଶ୍ଯାମ ଥଇତ ପ୍ରମୁଖ ସାମିଲ ହୋଇଥିଲେ।

error: Content is protected !!