Monday, February 24, 2025
spot_imgspot_imgspot_img
Homeରାଜ୍ୟସିନ୍ଦୂରପୁରରେ କ୍ୟାନସର ସଚେତନତା ସଭା।

ସିନ୍ଦୂରପୁରରେ କ୍ୟାନସର ସଚେତନତା ସଭା।

ବିନିକା-ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ର ସିନ୍ଦୂରପୂର୍ ଠାରେ ଆଜି କର୍କଟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସ୍ତ୍ରୀ ଓ ପ୍ରସୂତି ଡାକ୍ତର ଶକ୍ତି କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗ୍ରାମ ବାସୀଙ୍କୁ କର୍କଟ ରୋଗ କିପରି ଭାବରେ ଧୀରେ ଧୀରେ କାୟା ବିସ୍ତାର କରିଚାଲିଛି । ବିଭିନ୍ନ ପ୍ରକାରର କର୍କଟ ରୋଗ ବିଷୟରେ ବୁଝାଇଥିଲେ । ଏହି କର୍କଟ ରୋଗରୁ ରକ୍ଷା ପାଇବା ପାଇଁ ସମସ୍ତେ ଟୀକା ଗ୍ରହଣ କରିବା କର୍କଟ ରୋଗକୁ ଦୂରେଇ ରଖିବା ବୋଲି କହିଥିଲେ ।

ମୁଖ୍ୟତଃ କର୍କଟ ରୋଗ ଟୀକା ନ ବର୍ଷ ରୁ ଚଉଦ ବର୍ଷ ବୟସ୍କ ପିଲା ମାନକୁ ଦୁଇଟି ଓ ପନ୍ଦର ରୁ ଛାୟାଲିସ ବର୍ଷର ବ୍ୟକ୍ତିଙ୍କୁ ତିନିଟି ନେବାକୁ ପଡିବ ବୋଲି ସୂଚନା ଦେଇଥିଲେ । ଆଜିକାଲି ଯୁବ ପିଢ଼ି କିପରି ଗୁଟଖା ଖାଇବା ଦ୍ଵାରା ମୁଖ ଗହ୍ଵର କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ଓ ମହିଳା ମାନେ ସ୍ତନ କର୍କଟ ରୋଗରୁ କିପରି ନିଜକୁ ରକ୍ଷା କରିବେ ତାହା ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ଉକ୍ତ ସଭାରେ ସିନ୍ଦୂରପୁର ଭକ୍ତଚରଣ ପଣ୍ଡା, ବିଘ୍ନେଶ୍ୱର ପଣ୍ଡା ଓ ଦେବଦତ୍ତ ପଣ୍ଡା ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ବିକ୍ରମ ପଣ୍ଡା ସଭା ପରିଚାଳନା କରିଥିଲେ।

error: Content is protected !!