ନୂଆପଡ଼ା(ଡୋଲେଶ୍ଵର ବାଗ)-ନୂଆପଡ଼ା ଜିଲ୍ଲା ସିନାପାଲି ସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ସ୍ନାନଯାତ୍ରା ସହ ବିରଳ ଗଜାନନ ବେଶ ଅନୁଷ୍ଠିତl ସକାଳ ଆଳତି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପରମ୍ପରା ଅନୁଯାୟୀ ଗୋଟି ପହଣ୍ତିରେ ସ୍ନାନ ବେଦୀକୁ ଅଣାଯାଇଥିଲା l ବିଧି ମୁତାବକ ପୂଜା ପରେ ସୁବାସିତ ଅଭିମଂତ୍ରିତ ଜଳରେ ଶ୍ରୀବିଗ୍ରହ ମାନଙ୍କୁ ୧୦୮ ଗଡ଼ୁ ଓ ଗରିଆ ଜଳରେ ମହାସ୍ନାନ କରାଯାଇଥିଲା l
ଏହା ପରେ ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ଜଲାଭିଷେକ କରିଥିଲେ। ଅପରାହ୍ଣରେ ପରମ୍ପରା ଅନୁଯାୟୀ ଶ୍ରୀଜିଉଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା l ସଂଧ୍ଯାରେ ଶ୍ରୀଜିଉ ମାନଙ୍କୁ ଅଣସର ଘରେ ବିଜେ କରାଯାଇଥିବା ବେଳେ ଆସନ୍ତା ନେତ୍ରୋତ୍ସବ ଯାଏଁ ସେଠାରେ ଗୁପ୍ତ ସେବାନୀତି କରାଯିବ ବୋଲି ମନ୍ଦିର କମିଟୀ ତରଫରୁ ସୂଚନା ଦିଆଯାଇଛି l ମହାସ୍ନାନ ଓ ଗଜାନନ ବେଶ ଦେଖିବାକୁ ଆଜି ଦିନତମାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିକ୍ଷିତ ହୋଇଥିଲା l