Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସିନାପାଲିରେ ସନ୍ଥକବି ଭୀମ ଭୋଇ ଜୟନ୍ତୀ ପାଳିତ।

ସିନାପାଲିରେ ସନ୍ଥକବି ଭୀମ ଭୋଇ ଜୟନ୍ତୀ ପାଳିତ।

ନୂଆପଡ଼ା(ଡିଲେଶ୍ଵର ବାଗ)-ଓଡ଼ିଆ ଭାଷା,ସାହିତ୍ଯ ଓ ସାହିତ୍ଯିକଙ୍କ ବିକାଶ ପାଇଁ କାର୍ଯ୍ଯ କରୁଥିବା ନୂଆପଡ଼ା ଜିଲ୍ଲା ସିନାପାଲି ସ୍ଥିତ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସନ୍ଥକବି ଭୀମ ଭୋଇଙ୍କ ଜନ୍ମଜୟନ୍ତୀ ଗୁରୁବାର ସ୍ଥାନୀୟ ହାଇସ୍କୁଲ ପରିସରସ୍ଥ ଏନସିସି ଗୄହରେ ଅନୁଷ୍ଠିତ ହୋଇଛି । ଏ ଅବସରରେ ଆୟୋଜିତ ସଭାରେ ସମିତିର ସଭାପତି ଯୁବ ଲେଖକ ବୈଷ୍ଣବ ମେହେର ଅଧ୍ଯକ୍ଷତା କରିଥିବା ବେଳେ ଅତିଥି ଭାବରେ ବରିଷ୍ଠକବି ମୁରଳୀଧର ସା ଓ ଶିକ୍ଷକ ପରେଶନାଥ ପାଣିଗ୍ରାହୀ ଉପସ୍ଥିତ ଥିଲେ। ବୈଶାଖ ପୂର୍ଣ୍ଣିମାର ଏହି ପବିତ୍ର ଅବସରରେ ସନ୍ଥକବି ଭୀମ ଭୋଇଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ତାଙ୍କ ଚେତନାମୟ ଜୀବନ ଓ ମାନବ କଲ୍ଯାଣ ନିମନ୍ତେ ସମର୍ପିତ ଭାବକୁ ଆଲୋଚନା କରାଯାଇଥିଲା।

ଏଥିସହ ଆଜି ଯୋଗଜନ୍ମା ମହାପୁରୁଷ ଗୌତମ ବୁଦ୍ଧଙ୍କ ଜନ୍ମତିଥି ହୋଇଥିବାରୁ ତାଙ୍କ ଆଦର୍ଶ ଜୀବନକୁ ମଧ୍ଯ ସ୍ମରଣ କରାଯାଇଥିଲା। ଏ ଅବସରରେ ଯୁବକବି ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦାଙ୍କ ସଂଯୋଜନାରେ ଭ୍ରମର ବାଗ, ରଶ୍ମିରଂଜନ ସା, ନିଲାଂଚଳ ମେହେର, ଲଳିତ କୁମାର ସୁନାରୀ, ହରେକୃଷ୍ଣ ମେହେର, ଗୌତମ ମେହେର,ଗୋବିନ୍ଦ ସରାଫ, ମନୋଜ କୁମାର ଜଗତ, ପ୍ରମୁଖ ଉପସ୍ଥିତ ରହି ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ବ୍ଯଙ୍ଗକବି ନିଲାଂଚଳ ମେହେର ଧନ୍ଯବାଦ ଦେଇଥିଲେ।

error: Content is protected !!