Saturday, March 7, 2026
Homeଅଘଟଣସିଆରପିଏଫ ଯବାନଙ୍କ ବିୟୋଗରେ ଶୋକାକୂଳ ପରିବେଶ।

ସିଆରପିଏଫ ଯବାନଙ୍କ ବିୟୋଗରେ ଶୋକାକୂଳ ପରିବେଶ।

ବରପାଲି – ବରପାଲି ବ୍ଲକ ଗ୍ରୀଣ୍ଡୋଲା ଗ୍ରାମରେ ସିଆରପିଏଫ ଅବସରପ୍ରାପ୍ତ ଯବାନ ଅଶୋକ କୁମାର ମେହେର ଚିକିତ୍ସିତ ହେଉଥିବା ସମୟରେ ଦେହାନ୍ତ ହୋଇଯାଇଛି। କିଛି ଦିନ ପୁର୍ବରୁ ସ୍ବାସ୍ଥ୍ଯର ଅବନତି ଦେଖାଯିବାରୁ ବରଗଡ ଏକ ଘରୋଇ ଡାକ୍ତରଖାନାରେ ପରିବାର ଲୋକେ ଭର୍ତ୍ତି କରିଥିଲେ। ଚିକିତ୍ସା ସେବାକାର୍ଯ୍ଯ ଚାଲିଥିବା ବେଳେ ଗତ ଶନିବାର ତାଙ୍କର ମୃତ୍ଯୁ ହୋଇଥିଲା। ପରେ ତାଙ୍କର ପାର୍ଥିବ ଶରିର ଜନ୍ମମାଟି ଗ୍ରିଣ୍ତୋଲା ଗ୍ରାମକୁ ନେଇ ଶେଷକୃତ ସମ୍ପର୍ଣ୍ଣ କରାଯାଇଥିଲା।

ଅଶୋକ କୁମାର ମେହେରଙ୍କ ୪୨ବର୍ଷ ବୟସରେ ବିୟୋଗ ଘଟିଥିବା ବେଳେ ଗୈାନ୍ତିଆ ପ୍ରେମାନନ୍ଦ ମେହେରଙ୍କ ତୃତୀୟ ପୁତ୍ର ଅଟନ୍ତି। ସିଆରପିଏଫ୍ ଯବାନ୍ ଆସାମରେ କାର୍ଯ୍ଯରତ ରହିଥିଲେ। ଗତ ଦୁଇବର୍ଷ ପୁର୍ବରୁ କାର୍ଯ୍ଯରୁ ଅବସର ନେଇଥିଲେ। ତାଙ୍କର ବିୟୋଗ ସମାଚାର ପ୍ରସାରିତ ହେଲା ପରେ ଅଞ୍ଜଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମବାସିଙ୍କ ସମେତ ଆଖପାଖ ଗ୍ରାମ ସହ ଭେଡେନ ଓ ବରପାଲି ଅଞ୍ଜଳର ବନ୍ଧୁ ବାନ୍ଧବ, ପରିଜନଙ୍କ ଗହଣରେ ଅନ୍ତିମ ଯାତ୍ରାରେ ନିଆଯିବା ସହିତ ସ୍ଥାନିୟ ସ୍ମଷାନଘାଟରେ ଦାହକାର୍ଯ୍ଯ ସମାପନ କରାଯାଇଥିଲା।

error: Content is protected !!