Thursday, March 13, 2025
spot_imgspot_imgspot_img
Homeରାଜ୍ୟସିଂହପାଲି ଗ୍ରାମରେ ହ୍ୟାଣ୍ଡଲୁମ କ୍ରାଫ୍ଟ ପାଇଁ ଜାଗା ଚିହ୍ନଟ ।

ସିଂହପାଲି ଗ୍ରାମରେ ହ୍ୟାଣ୍ଡଲୁମ କ୍ରାଫ୍ଟ ପାଇଁ ଜାଗା ଚିହ୍ନଟ ।

ଅତାବିରା(ସୁରେନ୍ଦ୍ର କଠାର)– ଅତାବିରା ବ୍ଲକ ଅଧିନ ସିଂହପାଲି ଗ୍ରାମରେ ବୁଣାକାର ଭାଇମାନକଂ ସୁବିଧା ପାଇଁ ପାଞ୍ଚ କୋଟି ଟଂକା ବ୍ୟୟ ଅଟକଳରେ ଏକ ବିରାଟ ହ୍ୟାଣ୍ଡଲୁମ କ୍ରାଫ୍ଟ ନିର୍ମାଣ ପାଇଁ ଜାଗା ଚିହ୍ନଟ କରାଯାଇଛି । ଜାଗା ଚିହ୍ନଟ ସମୟରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ସଚିବ ବଲବାନ୍ତ ସିଂ,ବରଗଡ ଜିଲାପାଲ ଆଦିତ୍ୟ ଗୋଏଲ,ଉପଜିଲାପାଳ ପ୍ରଶନ୍ନ ପାଣ୍ଡେ,ପଦ୍ମପୁର ଏଡିଏମ କୁଣାଲ ଚୌହାନ ,ଜିଲା ଡିଟିଓ ହୃଷିକେଶ ମହାଲିଙ୍ଗ,ତହସିଲଦାର କେ ରିଚି କୁମାର ,ରାଜସ୍ବ ଅଧିକାରୀ ଅରୁଣ କୁମାର ରଥ ଓ ଗ୍ରାମବାସୀ ପ୍ରମୁଖ ଉପସ୍ତିତ ଥିଲେ । ପ୍ରଶାସନିକ ଅଧିକାରୀଗଣ ଗ୍ରାମର ବୁଣାକାର ମାନଙ୍କ ଘରକୁ ଘର ଯାଇ ବୁଲିଦେଖିଥିଲେ । ଦୀର୍ଘଦିନ ପରେ ଗ୍ରାମରେ ହ୍ୟାଣ୍ଡଲୁମ କ୍ରାଫ୍ଟ ନିର୍ମାଣ କରାଯିବା ଖବର ଶୁଣି ବୁଣାକାର ମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

error: Content is protected !!