Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସାର୍ବଜନୀନ ଦୁର୍ଗା ପୂଜା ଅବସରରେ ରକ୍ତ ଦାନ ଶିବିର : ୫୫ୟୁନିଟ ରକ୍ତ ସଂଗୃହୀତ ।

ସାର୍ବଜନୀନ ଦୁର୍ଗା ପୂଜା ଅବସରରେ ରକ୍ତ ଦାନ ଶିବିର : ୫୫ୟୁନିଟ ରକ୍ତ ସଂଗୃହୀତ ।

ବରଗଡ-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମ ର ବାପୁଜୀ ଉଚ୍ଚ ବିଦ୍ୟାଳୟ ଠାରେ ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଖରମୁଣ୍ଡା ଗ୍ରାମବାସୀ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିଥି ଭାବରେ ଡ଼ାକ୍ତର ସୁଶାନ୍ତ ମେହେର,ଡାକ୍ତର ସୁଦାମ ସାହୁ, ଡାକ୍ତର ସୌରମ୍ୟ ଦାଶ ଯୋଗଦେଇ ଫିତାକାଟି ଶିବିରକୁ ଶୁଭାରମ୍ଭ କରିଥିଲେ।

ଏହି ଶିବିରରେ ଗୋଟିଏ ଦମ୍ପତ୍ତିଙ୍କ ସହ ଦୁଇ ଜଣ ମହିଳା ଓ ୫୧ଜଣ ପୁରୁଷ ସର୍ବମୋଟ ୫୫ ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଚାରିଆଡ଼େ ଦଶହରା ଧୁମ୍ ଧାମ୍ ରେ ପାଳନ ହେଉଥିବା ବେଳେ ଖରମୁଣ୍ଡା ଗାଁରେ ରକ୍ତଦାନ ଶିବିର ଆୟୋଜନ କରି ଖୁବ ଆନନ୍ଦ ମନରେ ରକ୍ତଦାନ ଭଳି ଶ୍ରେଷ୍ଠ ଦାନ କରିଥିଲେ ଗ୍ରାମବାସୀ ।

ଏହି ଶିବିରକୁ ସଚିଦାନନ୍ଦ ପଧାନ,ସୁଦାମ ସାହୁ ବିଜୟ ତ୍ରିପାଠୀ,ସଂଜିତ ପଧାନ, ଅନିଲ ପଧାନ ,ଖରମୁଣ୍ଡା ଗ୍ରାମବାସୀ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ପରିଚାଳନା କରିଥିଲେ। ପରିଶେଷରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଖରମୁଣ୍ଡା ଗ୍ରାମବାସୀଙ୍କୁ ନିଷ୍ଠା ପରିବାର ତରଫରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

error: Content is protected !!