ପଦ୍ମପୁର-ପଦ୍ମପୁର ସହରର ହନୁମାନ ପଡ଼ା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସାର୍ବଜନୀନ କାଳୀ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଗତ ବର୍ଷର ଆୟବ୍ୟୟ ପଠନ କରାଯିବା ସହ ଚଳିତ ବର୍ଷ ପୂଜା ପାଇଁ ନୂତନ କମିଟି ଗଠନ କରାଗଲା । ସର୍ବସମ୍ମତି କ୍ରମେ ନୂତନ କମିଟିରେ ସଭାପତି ଭାବେ ଆଇନଜୀବୀ ଅଜିତ କୁମାର ଶତପଥୀ ମନୋନୀତ ହୋଇଥିବା ବେଳେ ପ୍ରିୟରଞ୍ଜନ ଭୋଇ ଓ ପ୍ରଫୁଲ୍ଲ ମିଶ୍ର ଉପସଭାପତି, ଆଦର୍ଶ କୁମାର ନାଥ ଓ ଅଜୁ ପଟ୍ଟନାୟକ ସମ୍ପାଦକ, ଶ୍ୟାମଳ ଦାସ କୋଷାଧ୍ୟକ୍ଷ, ରାକେଶ ଦାସ ସହକୋଷଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ ।

ଏହା ସହ ଉପଦେଷ୍ଟା କମିଟିରେ ଅଶୋକ ବହିଦାର, ଜିତେନ୍ଦ୍ର ଦାସ, ହରିହର ପଟ୍ଟନାୟକ, ସୁବାଷ ପାତ୍ର, ଭରତ ନାୟକ, ଉପେନ୍ଦ୍ର ପାଢ଼ୀ ରହିଥିବା ବେଳେ ଏକ କାର୍ଯକାରୀ କମିଟି ମଧ୍ୟ ଗଠନ କରାଯାଇଥିଲା । ଚଳିତ ବର୍ଷ ଅକ୍ଟୋବର ୨୧ ତାରିଖ ଦିନ ଅଧିବାସ ତଥା କଳସ ଯାତ୍ରା ଥିବା ବେଳେ ୨୫ ତାରିଖ ଶୁକ୍ରବାର ଦିନ ମା ଶ୍ୟାମା କାଳୀଙ୍କ ଭସାଣୀ ଯାତ୍ରା ଅନୁଷ୍ଠିତ ହେବ । ପୂଜାକୁ ଚଳିତ ବର୍ଷ ଧୁମଧାମରେ ପାଳନ କରିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉ ଥିବା ସଭାପତି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି ।



