Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସାମୟିକ ଭାବଧାରାରୁ କାଳଜୟୀ ସାହିତ୍ୟ ସୃଷ୍ଟି ।

ସାମୟିକ ଭାବଧାରାରୁ କାଳଜୟୀ ସାହିତ୍ୟ ସୃଷ୍ଟି ।

ପଦ୍ମପୁର-ମାନସିଂହ ସାହିତ୍ୟ ସଂସଦର ୪୦ତମ ଆଭାସୀ କବିତା ଆସର ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଆସରରେ ମୁଖ୍ୟଅତିଥି ରୂପେ ଭରତପତି ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଡଃ ଅଶୋକ କୁମାର ପଣ୍ଡା ଯୋଗ ଦେଇ ଓଡିଆ ସାହିତ୍ୟର କ୍ରମ ବିକାଶର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିବା ସହ ନୂତନ ପିଢ଼ିର କବିମାନଙ୍କୁ ସାମୟିକ ଭାବଧାରାକୁ ନେଇ କିପରି କାଳଜୟୀ ସାହିତ୍ୟ ସୃଷ୍ଟି କରିହେବେ, ସେ ବିଷୟରେ ପରାମର୍ଶ ଦେଇଥିଲେ l ଉକ୍ତ ସଭାରେ ସଂସଦର ଆଭିମୁଖ୍ୟ ସମ୍ବନ୍ଧରେ ମାର୍ଗଦର୍ଶକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ମହୋଦୟ ଆଲୋକପାତ କରିଥିଲେ । ଉକ୍ତ ଆସରରେ ଓଡ଼ିଶାର କୋଣ ଅନୁକୋଣ ଓ ଦେଶ ବିଦେଶରେ ରହୁଥିବ ଓଡ଼ିଆ ଭାଷା ଭାବାବେଗୀମାନେ (୫୦ ରୁ ଅଧିକ) ଭାଗନେଇ ନିଜର ସ୍ବରଚିତ କବିତା ପାଠ କରି ଆଗକୁ ଏହିଭଳି କାର୍ଯ୍ୟର ସଫଳ ରୂପାୟନ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଆସରକୁ ଅନୁଷ୍ଠାନର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଦଳେଇ ପୌରୋହିତ୍ୟ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ସ୍ବାଇଁ ବିବରଣୀ ପ୍ରଦାନ କରିଥିଲେ ଏଵଂ ସୁସାହିତ୍ୟିକ ଶ୍ରୀଯୁକ୍ତ ଦେବରାଜ ଜେନା କବିତାଗୁଡ଼ିକୁ ସୁନ୍ଦର ସଂଯୋଜନା କରିଥିଲେ । ଆସରରେ ପଢ଼ାହୋଇଥିବା କବିତା ଗୁଡ଼ିକ ବେଶ୍ ମାର୍ମିକ ହେବା ସଙ୍ଗେ ସଙ୍ଗେ ସବୁ ପ୍ରକାରର ବାର୍ତ୍ତା ବହନ କରିଥିଲା । ଯଥା ଭଜନ, ଜଣାଣ, ଶିଶୁ କବିତା, ସଚେତନଧର୍ମୀ , ପରିବେଶଭିତ୍ତିକ , ଏବଂ କିଛି ବୈପ୍ଲବିକଧର୍ମୀ କବିତା ରହିଥିଲା । ଅନୁଷ୍ଠାନର ଅନ୍ୟତମ ମାର୍ଗଦର୍ଶକ ଶ୍ରୀଯୁକ୍ତ ବନବିହାରୀ ପଟ୍ଟନାୟକ କବିତାଗୁଡ଼ିକ ବିଶ୍ଳେଷଣ କରିଥିଲେ । ପରିଶେଷରେ ଅନୁଷ୍ଠାନର ସଂଯୋଜକ ବିଦ୍ୟାଧର ଦଳବେହରା ଧନ୍ୟବାଦ ଅର୍ପଣ କରିବା ସହ ଆଗକୁ ଏହିଭଳି ସହଯୋଗ କାମନା କରିଥିଲେ ।

error: Content is protected !!