Saturday, April 19, 2025
spot_imgspot_imgspot_img
Homeଅଘଟଣସାମ୍ବାଦିକଙ୍କ ମାତୃ ବିୟୋଗ ।

ସାମ୍ବାଦିକଙ୍କ ମାତୃ ବିୟୋଗ ।

ପଦ୍ମପୁର-ବରଗଡ ଜିଲ୍ଲା ଘେଁସ ଅଞ୍ଚଳର ଜଣାଶୁଣା ସାମ୍ବାଦିକ ଜଗବନ୍ଧୁ ସାହୁଙ୍କ ମାତା ଶାନ୍ତି ସାହୁଙ୍କ ୬୫ବର୍ଷ ବୟସରେ ଅକାଳ ବିୟୋଗ ହୋଇଯାଇଛି।ସେ ଦିର୍ଘ ଦିନରୁ କିଡନୀ ଓ ଫୁସଫୁସ ରୋଗରେ ପୀଡିତ ଥିଲେ। ଆଜି ସକାଳ ୯ଘଣ୍ଟା ୩୦ ମିନିଟ ଶନିବାର ଦିନ ତାଙ୍କ ବିୟୋଗ ହେଲା ପରେ ସାରା ଅଞ୍ଚଳ ନିସ୍ତବ୍ଧ ହୋଇ ପଡ଼ିଥିଲା।

ସେ ଜଣେ ଧର୍ମପରାୟଣ,ପରୋପକାରୀ, ଅମାୟିକ ଶାନ୍ତଶିଷ୍ଟ ପ୍ରକୃତିର ମହିଳା ଥିଲେ। ତାଙ୍କ ପଛରେ ବଡ଼ପୁଅ ପଦ୍ମନ, ଦୀନବନ୍ଧୁ ଓ ସାନପୁଅ ଜଗବନ୍ଧୁ ସାହୁଙ୍କୁ ସବୁ ଦିନ ପାଇଁ ଛାଡି ଚାଲି ଯାଇଛନ୍ତି। ଶେଷରେ ଶବ ସତ୍କାର ବେଳେ ବଡ଼ପୁଅ ପଦ୍ମନ ସାହୁ ମୁଖାଗ୍ନୀ ଦେଇଥିଲେ।

error: Content is protected !!