Saturday, May 10, 2025
spot_imgspot_imgspot_img
Homeରାଜ୍ୟସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତି ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡ ନିମନ୍ତେ ସହଯୋଗ ଯାତ୍ରା ।

ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତି ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡ ନିମନ୍ତେ ସହଯୋଗ ଯାତ୍ରା ।

ପଦ୍ମପୁର– ଆତଙ୍କବାଦକୁ ଧର୍ମ କରିଥିବା ଆତଙ୍କିସ୍ତାନ ପାକିସ୍ତାନ ବିନା କାରଣରେ କାଶ୍ମୀରର ପହଲଗାମ କୁ ଛୁଟି ମନେଇବା ପାଇଁ ଯାଇଥିବା ନିରୀହ ଭାରତୀୟ ମାନଙ୍କୁ ଧର୍ମ ପଚରେଇ ଗୁଳି ମାରି ହତ୍ୟା କରିଥିଲେ। ଏହାର ପ୍ରତିବାଦରେ ଭାରତୀୟ ସେନା ଏଆରଷ୍ଟାଇକ କରି ଆତଙ୍କବାଦୀ ମାନଙ୍କ ନଅଟି ପ୍ରଶିକ୍ଷଣ କେନ୍ଦ୍ରକୁ ମାଟିରେ ମିଶେଇ ଦେଇଥିଲେ। ଏହାର ପ୍ରତିକ୍ରିୟା ସ୍ୱରୂପ ପାକିସ୍ତାନୀ ସେନା ସିଧା ସଳଖ ଯୁଦ୍ଧର ଆହ୍ବାନ ଦେଇ ସାଧାରଣ ନାଗରିକ ମାନଙ୍କ ଉପରକୁ ଡ୍ରୋନ୍ ଓ ରକେଟ ମାଡ଼ କରି ଅଯଥା ଭାରତ ଉପରେ ଯୁଦ୍ଧ ଲଦି ଦେଇଛି।

ଅର୍ଥନୀତିରେ ଅଗ୍ରଗତି କରୁଥିବା ଭାରତ ଉପରେ ଅଯଥା ଯୁଦ୍ଧର ଚାପ କୁ କିଛି ମାତ୍ରାରେ ସହଯୋଗ କରିବା ନିମନ୍ତେ ଆଇନଜୀବୀ ଅଜିତ ଶତପଥୀଙ୍କ ଆହ୍ବାନ କ୍ରମେ ପଦମପୁର ବଣିକ ସଂଘ, ବରିଷ୍ଠ ନାଗରିକ ସଙ୍ଘ,ମାରୱାଡି ଯୁବା ମଞ୍ଚ, ଲାୟନ୍ସ କ୍ଲବ, ବଜରଙ୍ଗ ଦଳ ଓ କିଛି ଦେଶପ୍ରେମୀ ବ୍ୟକ୍ତିଙ୍କ ଏକ ସହଯୋଗ ଯାତ୍ରା ସମଗ୍ର ପଦମପୁର ସହର ପରିକ୍ରମା କରିଥିଲେ। ଜଣ ସାଧାରଣ ଓ ବ୍ୟବସାୟୀକ ପ୍ରତିଷ୍ଠାନରୁ ସଂଗୃହିତ ଏକଲକ୍ଷ ରୁ ଅଧିକ ରାଶିକୁ ସୋମବାର ଦିନ ଉପଜିଲ୍ଲାପାଳ ପଦ୍ମପୁରଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପଠାଯିବ।

error: Content is protected !!