Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ `ପରିକ୍ରମା´ ପକ୍ଷରୁ ମେଧା ସମ୍ଭନ୍ଧନା ସମାରୋହ ।

ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ `ପରିକ୍ରମା´ ପକ୍ଷରୁ ମେଧା ସମ୍ଭନ୍ଧନା ସମାରୋହ ।

ରାଇରଙ୍ଗପୁର (ଶ୍ୟାମଳେନ୍ଦୁ ପରିଡା)- ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ଅବା ତା ଠାରୁ ଅଧିକ ମାର୍କ ରଖିଥିବା ମେଧା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ଦେଇ ଓଡିଶାର କୋଣ ଅନୁକୋଣରେ ସମ୍ମାନିତ କରାଯାଉଛି | ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ସହରସ୍ତ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ `ପରିକ୍ରମା´ ପକ୍ଷରୁ ମେଧା ସମ୍ଭନ୍ଧନା ସମାରୋହ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ଠାରେ ପରିକ୍ରମା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ କୁମାର ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି | ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ବାରା ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା | ଏହାପରେ ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ | ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଯୋଗ ଦେଇ ପରିକ୍ରମାର ଏହି ଭବ୍ୟ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ, ତୁମ୍ଭମାନଙ୍କ ଭିତରେ କିଏ ଲତା ମଞ୍ଜେକର ଅଛନ୍ତି, କିଏ କପିଲଦେବ ଅବା କିଏ ସ୍ବାମୀ ବିବେକାନନ୍ଦ ଅଛନ୍ତି ତଥା ଇତ୍ୟାଦି ଇତ୍ୟାଦି | ଏଣୁ ଏବେ ଠୁ ନିଜକୁ ସଜାଡି ନିଜର ଚରିତ୍ରକୁ ମଧୁମୟ କର |

ସମ୍ମାନିତ ଅତିଥି ଭାବେ ସାନମୌଦା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ବେହେରା, ପ୍ରଧ୍ୟାପକ ପ୍ରଶାନ୍ତ କୁମାର ବାରିକ, ବାଦାମପାହାଡ ବନାଞ୍ଚଳ ଅଧିକାରୀ ରମାକାନ୍ତ ମାଝୀ ପ୍ରମୁଖ ଯୋଗ ଦେଇଥିଲେ | ଅତିଥିଗଣ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଉପରେ ଉପଯୁକ୍ତ ଦିଗଦର୍ଶନ ଦେଇଥିଲେ | ଏହି ଅବସରରେ ପ୍ରଧ୍ୟାପକ ପ୍ରଶାନ୍ତ କୁମାର ବାରିକଙ୍କ ଲିଖିତ ପୁସ୍ତକ ଉନ୍ମୋଚିତ କରାଯାଇଥିଲା | ଏହା ପରେ ପରେ ମ୍ୟାଟ୍ରିକ ସିବିଏସଇ, ଆଇସିଏସଇ ଓ ଓଡିଶା ବୋର୍ଡ ପରୀକ୍ଷାରେ ୯୦ ପ୍ରତିଶତ ଅବା ତାଠାରୁ ଅଧିକ ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଗଛ ଦେଇ ସମ୍ମାନିତ କରାଯାଇଥିଲା | ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ଅଧ୍ୟାପକ ବିଜୟ କୁମାର ରାମ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ରଂଜନ କୁମାର ନନ୍ଦ ସଭା ପରିଚାଳନା କରିଥିଲେ | ଏହି ବୈଠକରେ ଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତି, ତିମିର ରଂଜନ ପଣ୍ଡା, ମାନସ କୁମାର ପରିଡା, ଡକ୍ଟର ଦିଗମ୍ବର ଗିରି, ମନୋରଂଜନ ମହାନ୍ତି ପ୍ରମୁଖ ସହିତ ଅବିଭାବକଅବିଭାବିକା ତଥା ବୃଦ୍ଧିଜିବୀ ଓ ଶିକ୍ଷାବିତ୍ ଉପସ୍ଥିତ ରହିଥିଲେ |

ଏହି କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ପଚାରିବାରୁ ସେ କହିଥିଲେ ଯେ ମେଧା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସହିତ ଗଛ ଆମ୍ଭେ ଦେଇଛୁ | ସେମାନେ ବୁଝନ୍ତୁ ବୃକ୍ଷ ହିଁ ଜୀବନ | ଗଛ ଦ୍ବାରା ଆମ୍ଭେମାନେ ଅମ୍ଳଜାନ ପାଇବା ସଙ୍ଗେ ସଙ୍ଗେ ପରିବେଶ ପରିଷ୍କାର ହୋଇଥାଏ | ସେମାନେ ଏହି ଗଛକୁ ଲଗାଇ ପରିବେଶକୁ ସୁସ୍ଥସୁନ୍ଦର ରଖିବାରେ ସହାୟ ହୁଅନ୍ତୁ | ବୃକ୍ଷ ହି ବାସ୍ତବରେ ପରିବେଶ ସନ୍ତୁଳନ ର ମାଧ୍ୟମ | ତେଣୁ ଆମ୍ଭେମାନେ ବୃକ୍ଷ ଲଗାଇ ପରିବେଶ ପରିଷ୍କାର ରଖିବା |

error: Content is protected !!