Saturday, March 7, 2026
Homeଅଘଟଣସାନ ମହାରାଜ ନନ୍ଦଲାଲ ତ୍ରିବେଦୀଙ୍କ ପରଲୋକ ।

ସାନ ମହାରାଜ ନନ୍ଦଲାଲ ତ୍ରିବେଦୀଙ୍କ ପରଲୋକ ।

ପାଇକମାଲ-ପାଇକମାଲ ଅଂଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ନନ୍ଦଲାଲ ତ୍ରିବେଦୀଙ୍କ ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ବରଗଡ଼ ସ୍ଥିତ ଘରୋଇ ହସ୍ପିଟାଲ ବିକାଶ ରେ ଚିକିତ୍ସିତ ହୋଇଥିଲେ । ଆଜି ବରଗଡ ର ଭେଣ୍ଡିଲେଟର ଲଗାଇ ପାଇକମାଲ ନିଜ ବାସଭବନ କୁ ଅଣାଯାଇଥିଲା। ସନ୍ଧ୍ୟା ୬ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବାରୁ ପାଇକମାଲ ସହର ସମେତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ତ୍ରିବେଦୀ ସାନ ମହାରାଜା ଭାବରେ ବେଶ ସୁନାମ ଅର୍ଜନ କରିଥିଲେ।

ସେ ପରୋପକାରୀ,ମେଳାପି, ଗନ୍ଧମାର୍ଦ୍ଦନ ବଞ୍ଚାଓ ଆନ୍ଦୋଳନ , ଚାଷୀ ଆନ୍ଦୋଳନ, ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ସମସ୍ୟା ସୁଧାର ନେଇ ସବୁସମୟରେ ଜଡ଼ିତ ରହି ସାମାଜିକ କାମ କରୁଥିଲେ। ତାଙ୍କର ପରଲୋକ ରେ ପାଇକମାଲ ଅଞ୍ଚଳରେ ଅପୁରଣିୟ କ୍ଷତି ଘଟିଛି। ମୃତ୍ୟୁ ବେଳକୁ ପୁଅ ବୋହୁ, ନାତି ନାତୁଣୀ ପରିବାର ବର୍ଗଙ୍କୁ ଉପସ୍ଥିତ ଥିଲେ । ଗୁରୁବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ଏକମାତ୍ର ପୁଅ ରାଜ କୁମାର ତ୍ରିବେଦୀ ଜଣାଇଛନ୍ତି।

error: Content is protected !!