Saturday, November 23, 2024
spot_imgspot_imgspot_img
Homeରାଜନୀତିସାଧାରଣ ନିର୍ବାଚନ ପରେ ବିଜେଡିର ବିରାଟ ପଦଯାତ୍ରା ।ସାଧାରଣ ନିର୍ବାଚନ ପରେ ବିଜେଡିର ବିରାଟ ପଦଯାତ୍ରା:...

ସାଧାରଣ ନିର୍ବାଚନ ପରେ ବିଜେଡିର ବିରାଟ ପଦଯାତ୍ରା ।ସାଧାରଣ ନିର୍ବାଚନ ପରେ ବିଜେଡିର ବିରାଟ ପଦଯାତ୍ରା: ସରକାରଙ୍କୁ ଟାର୍ଗେଟ କଲେ ବିଧାୟିକା ।

ମିଛ କହିବା ପରିବର୍ତ୍ତେ ନିଜର ନିର ଟାଣି ପ୍ରତିଶୃତି ରକ୍ଷା କରନ୍ତୁ ଡବଲ ଇଞ୍ଜିନ ସରକାର ।

ଯୋଜନା ନାଁ ରେ ଲୋକଙ୍କୁ ହଇରାଣ କରୁଛନ୍ତି ମୋହନ ସରକାର

୬୦ ବର୍ଷ ପରେ ମହିଳା ମାନେ କଣ ମହିଳା ନୁହଁନ୍ତି କି ? ତାଙ୍କୁ ସୁଭଦ୍ରା ଯୋଜନାରୁ ବାଦ କାହିଁକି ?

ପାଇକମାଲ-ପ୍ରତି ବର୍ଷ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଜୀ ଙ୍କ ଜନ୍ମ ଜୟନ୍ତୀ ଦିନରୁ ପ୍ରାୟ ଏକ ମାସ ପର୍ଯନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥାଏ । ବିଜୁ ଜନତା ଦଳ ରାଜ୍ୟରେ ସରକାରରେ ଥିବା ସମୟରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ତୃଣମୂଳ ସ୍ତରର ଶେଷ ବ୍ୟକ୍ତିଙ୍କ ପର୍ଯନ୍ତ ପହଞ୍ଚାଇବା ଏହି ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ ଥିଲା । ଗତ ସାଧାରଣ ନିର୍ବାଚନରେରେ ଦଳର ପରାଜୟ ପରେ ଏବେ ପରିସ୍ଥିତି ଭିନ୍ନ । ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲରେ ବିଧାୟିକା ଶ୍ରୀମତି ବର୍ଷା ସିଂ ବରିହାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ନେତୃତ୍ୱରେ , ବିଜୁ ଜନତା ଦଳର ଏକ ବିରାଟ ଜନସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଇଥିଲା ।

ପାଇକମାଲ ହାଇସ୍କୁଲ ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ବ୍ଲକ ସ୍ତରୀୟ ପଦଯାତ୍ରାରେ ପାଇକମାଲ ଅଂଚଳର ବିଭିନ୍ନ ଗ୍ରାମରୁ ଦୁଇ ହଜାରରୁ ଉର୍ଦ୍ଧ୍ବ ଲୋକ ଅଂଶ ଗ୍ରହଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ହୋଇଥିବା ଅନେକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଦେଶ ସବୁବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହିତ ଏକ ସମୟରେ ଓଡିଶାରେ ପ୍ରଚଳିତ ମିଶନ ଶକ୍ତି କାର୍ଯ୍ଯକ୍ରମ ଓଡ଼ିଶାର ମହିଳା ମାନଙ୍କୁ ଅନେକ ସୁଯୋଗ ଓ ସହଯୋଗ ପ୍ରଦାନ କରିବାରେ ସଫଳ ହୋଇ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଅନୁକରଣୀୟ ହୋଇ ପାରିଥିଲା ।

ସେଥିପାଇଁ ବିଜୁ ଜନତା ଦଳର ସମାବେଶରେ ମହିଳା ମାନଙ୍କ ଗହଳି ପ୍ରଚୁର ହୋଇଥାଏ । ଆୟୋଜିତ ଏହି ପଦଯାତ୍ରାରେ ମଧ୍ୟ ସେହିଭଳି କିଛି ଦେଖିବାକୁ ମିଳିଥିଲା । ଏହି ପଦଯାତ୍ରାରେ ମହିଳା ମାନଙ୍କ ଭିଡ଼ର ଅନ୍ୟ ଏକ କାରଣ ବିଧାୟିକାଙ୍କ ଲୋକପ୍ରିୟତା । ସୂଚନାଯୋଗ୍ୟ ଯେ ବିଧାୟିକା ଶ୍ରୀମତୀ ବର୍ଷାଙ୍କ ଲୋକପ୍ରିୟତା ଗତ ସାଧାରଣ ନିର୍ବାଚନରେ ପ୍ରମାଣିତ ହୋଇସାରିଛି । ଏହି ପଦଯାତ୍ରା ଥିଲା ଅନେକ କ୍ଷେତ୍ରରେ ଭିନ୍ନ । ପଦଯାତ୍ରା ପରେ ସାଲେପଲି ଠାରେ ଆୟୋଜିତ ସଭାରେ ଦଳୀୟ ନେତୃମଣ୍ଡଳୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେମାନେ ଗତ ସାଧାରଣ ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଯଥା ୩୦୦୦ ଟଙ୍କା ଭତ୍ତା , ୩୦୦ ୟୁନିଟ ବିଜୁଳି ଛାଡ଼ , ସୁଭଦ୍ରା ଯୋଜନାରେ ୨ ବର୍ଷ ମଧ୍ୟରେ ୨ ଟି କିସ୍ତିରେ ପଚାଶ ହଜାର ପ୍ରଦାନ ଓ ଅନ୍ୟାନ୍ୟ ପ୍ରତିଶୃତି ତୁରନ୍ତ ପୁରଣ ପାଇଁ ଚେତାବନୀ ଦେଇଥିଲେ ।

କାର୍ଯ୍ୟକ୍ରମରେ ଶ୍ରୀ ଜାପାନ ମହାପାତ୍ର ,ରାଜୁ ଘିବେଲା,ଟାଇଲ ଚନ୍ଦ୍ର ଭୋଇ, ଡୋଲାମଣି ମାହାର, ନବକିଶୋର ସାହୁ,ପଦ୍ମପୁର ଏନ.ଏ.ସି ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ବାଗ,ପଦ୍ମପୁର ବ୍ଲକ ଅଧ୍ୟକ୍ଷଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତୃମଣ୍ଡଳୀ ଉପସ୍ଥିତ ଥିବା ବେଳେ , ବିଜୁ ଯୁବ ଜନତା ଦଳର ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଗୌତମ ସିଂ , ପାଇକମାଲ ବ୍ଲକ ଉପାଧକ୍ଷ ଶ୍ରୀ ସଂଜୀବ ବାରିହା , ପେକ୍ସ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ସ୍ୱାଇଁ , ଶ୍ରୀ ବିଜୟ କୁମାର ସ୍ବାଇଁ , ଶ୍ରୀ ହୃଦାନନ୍ଦ ବାରିକ , ସ୍ଥାନୀୟ ବିଜୁ ଜନତା ଦଳ ଓ ଯୁବ ଜନତା ଦଳର କର୍ମକର୍ତ୍ତା ମାନେ ପଦଯାତ୍ରା ଓ ସଭାକୁ ସୁଚାରୁ ପରିଚାଳନା କରିଥିଲେ ।

error: Content is protected !!