
ବାଉଁଶୁଣୀ(ଉମାକାନ୍ତ ମହାକୁଳ)-ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଖେଳିବାକୁ ଯାଇ ବିଜେତା ଓ ଉପବିଜେତା ହୋଇଥିବା ହୋଇଥିବା କ୍ରିକେଟ, ଭଲିବଲ, ଫୁଟବଲ, ବ୍ୟାଡମିଣ୍ଟନ୍,ପୁଚି ଆଦି ବିଭାଗର ଖେଳାଳିମାନଙ୍କୁ ଗୁରୁବାର ଫୁଲବାଣୀ ଠାରେ ଅନୁଷ୍ଠିତ ସାଂସଦ ଖେଳ ମହୋତ୍ସବର ଉଦଯାପନୀ ଉତ୍ସବରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି। ଖେଳ ମହୋତ୍ସବରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ଅଲମ୍ପିକ ଖେଳାଳି ଦୂତି ଚାନ୍ଦ,କେ ରବିକୁମାର ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁଁ ସାଂସଦ ଖେଳ ମହୋତ୍ସବ ଯୁବ କ୍ରୀଡା ପ୍ରତିଭାଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ଆଣି ଦେବା ସହିତ ମିଳିତ ଭାବେ ‘ଫିଟ୍ ଇଣ୍ଡିଆ’ ଅଭିଯାନକୁ ସଫଳ କରି ଏକ ସୁସ୍ଥ ଭାରତ ଗଢ଼ିବା ଦିଗରେ ସହାୟକ ହେବ ବୋଲି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତପ୍ରକାଶ କରିଥିଲେ।

କନ୍ଧମାଳ ସାଂସଦଙ୍କ କଣ୍ଟାମାଳ ବ୍ଲକ ପ୍ରତିନିଧି ଦୀପକ ବାରିକଙ୍କ ନେତୃତ୍ୱରେ ତଥା ପ୍ରଶାସନର ସହଯୋଗରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୧୭୦ ରୁ ଉର୍ଦ୍ଧ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଖେଳଶିକ୍ଷକ ସୁଦାମ ମିଶ୍ର, ମକୁନ୍ଦ ଚନ୍ଦ୍ର ସାହୁ, ପ୍ରଦୀପ କୁମାର ପ୍ରଧାନ, ଶଶୀଭୂଷଣ ପ୍ରଧାନ, ସନ୍ତୋଷ କୁମାର ସାହୁ, ବିଶ୍ୱଜିତ ପ୍ରଧାନ, ମନ୍ଦାକିନୀ ବଗର୍ତ୍ତୀ, ଶୁଭଶ୍ରୀ ଡାଙ୍ଗ ଖେଳାଳିମାନଙ୍କ ସହ ଉପସ୍ଥିତ ରହି ଖେଳ ସମ୍ବନ୍ଧୀୟ ତାଲିମ ଦେବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ମୁଖ୍ୟ ସହଯୋଗୀ ଭାବେ ସୂର୍ଯ୍ୟକାନ୍ତ ଖଟୁଆ ସହଯୋଗ କରିଥିଲେ।



