ଗାଇସିଲେଟ-ଅନେକ ସମୟରେ ସମାଜସେବୀ ମୁକେଶ କୁମାର ସାହୁ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି । ସେ ଟୁଇଟରରେ ଲୋକଙ୍କ ବିଭିନ୍ନ ସମସ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚାଇବା ହେଉ କି କୌଣସି ରୋଗୀଙ୍କୁ ରକ୍ତର ଆବଶ୍ୟକ ହେଉ ସମସ୍ତ କାମରେ ନିଃସ୍ଵାର୍ଥପର ଭାବରେ ସମାଜସେବା କରି ମାନବ ସେବା ହିଁ ମାନବ ସେବା କୁ ବ୍ରତ କରିଛନ୍ତି । ଏଭଳି ଏକ କାମ କରି ପୁଣି ଥରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ଉପାନ୍ତ ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସଲପଦର ପଞ୍ଚାୟତର ଉମରାଡ ଗ୍ରାମର ଗୋକୁଳାନନ୍ଦ ବଢେଇଙ୍କ ପୁତ୍ର ନନ୍ଦନ ବଢେଇ ମାଟ୍ରିକ ପଢ଼ି ସାରିବା ପରେ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବାରୁ ବଞ୍ଚିତ ଥିବା କଥା ସମାଜସେବୀ ମୁକେଶ କୁମାର ସାହୁ ଜାଣିବାକୁ ପାଇଥିଲେ। ଏହାପରେ ନନ୍ଦନ ଙ୍କୁ ତାଳପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖାଇବାରେ ସାହାର୍ଯ୍ୟ କରିଥିଲେ । ଏଥିରେ କଲେଜ କତୃପକ୍ଷ ମଧ୍ୟ ସହଯୋଗ କରିଥିଲେ । ଆଗାମୀ ଦିନରେ ସମସ୍ତ ପୁସ୍ତକ ସହ ପାଠ ପଢା ଖର୍ଚ୍ଚ ବହନ କରିବାକୁ ସମାଜସେବୀ ମୁକେଶ କୁମାର ସାହୁ କହିଥିଲେ ।
ଏଠାରେ ସୂଚାଯୋଗ୍ୟ ଯେ ଗୋକୁଲା ନନ୍ଦ ବଢେଇ ଜଣେ ଦିବ୍ୟାଙ୍ଗ । ଟ୍ରାଇ ସାଇକେଲ ମାଧ୍ୟମରେ ଯିବା ଆସିବା କରନ୍ତି । ଗୋଟିଏ ପଟେ ପରିବାର ବୋଝ ଅନ୍ୟ ପଟେ ପିଲାଛୁଆଙ୍କୁ ପ୍ରତିପୋଷଣର ବୋଝ । ଦିବ୍ୟାଙ୍ଗ ଭତ୍ତା ସହ ରାସନ ଚାଉଳ ହିଁ ଏକମାତ୍ର ଭରଷା । ସରକାରୀ ସ୍ତରରେ ଯାହା ସୁବିଧା ପାଉଛନ୍ତି ତାହା ପରିବାର ପୋଷଣ ପାଇ ନିଅଣ୍ଟ । ସେଥିପାଇ ଆଗାମୀ ଦିନରେ କିଭଳି ଭାବରେ ତାଙ୍କ ପରିବାର ଲୋକେ ଆହୁରି ସରକାରୀ ସହଯୋଗ ପାଇବେ ସେନେଇ ସରକାର ଦୃଷ୍ଟି ଦେବାକୁ ଅନୁରୋଧ ।