Wednesday, January 8, 2025
spot_imgspot_imgspot_img
Homeଖେଳସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ୍ କପ୍ ଉଦଯାପିତ : କଣ୍ଟାବାଞ୍ଜିକୁ ହରାଇ ରାଞ୍ଚି ଚମ୍ପିୟାନ...

ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ୍ କପ୍ ଉଦଯାପିତ : କଣ୍ଟାବାଞ୍ଜିକୁ ହରାଇ ରାଞ୍ଚି ଚମ୍ପିୟାନ ।

ପାଇକମାଲ-ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ଫାଇନାଲ ମ୍ୟାଚରେ କଣ୍ଟାବାଞ୍ଜିକୁ ହରାଇ ରାଞ୍ଚି ଦଳ ଚମ୍ପିୟାନ ହୋଇଛି। ଫାଇନାଲ ମ୍ୟାଚର ଉଦଘାଟନୀ ମ୍ୟାଚରେ ସ୍ବତନ୍ତ୍ର ଅତିଥି ଭାବରେ ମାନସ ମେଡିକାଲ ପ୍ରୋପାଇଟର ପ୍ରଦୀପ୍ତ ସାହୁ ଓ ସମ୍ମାନୀତ ଅତିଥି ଭାବରେ ଛିନ୍ଦେଇକେଲା ହାଇସ୍କୁଲ ପିଇଟି ଶିକ୍ଷକ ହେମସାଗର ସାହୁ ଯୋଗଦେଇ ଉଦଘାଟନ କରିଥିଲେ। ରାଞ୍ଚି ଦଳ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୦ ରନ ସଂଗ୍ରହ କରିଥିଲେ।

ଦଳ ପକ୍ଷରୁ ଅନିବନ ଚାଟାର୍ଜୀ ୫୦ ରନ, ଲକ୍ଷ୍ୟ ଆରୋରା ୨୩ ରନ , ସିଦ୍ଧାନ୍ତ ସୁଧି ୧୯ ରନ ସଂଗ୍ରହ କରିଥିଲେ। କଣ୍ଟାବାଞ୍ଜି ଦଳରୁ ସୁଶାନ୍ତ ପୁଟେଲ ୩ ଓ୍ବିକେଟ, ବିଜୟ କୁମ୍ଭାର, ରୁଦ୍ର ବାଗ ୨ ଓ୍ବିକେଟ ଲେଖାଏଁ ନେଇଥିବା ବେଳେ ସମିର ଖାଁ ଓ ଅମିତ ଜୁଏଡ ୧ ଓ୍ବିକେଟ ଲେଖାଏଁ ନେଇଥିଲେ। ୧୪୧ ରନ ବିଜୟ ଲକ୍ଷ୍ୟ ନେଇ କଣ୍ଟାବାଞ୍ଜି ୧୭.୩ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୧୩ ରନ କରି ପରାଜିତ ହୋଇଥିଲେ। ରାଞ୍ଚି ଦଳ ୨୭ ରନରେ ବିଜୟୀ ହୋଇ ଚମ୍ପିୟାନ ହୋଇଛି। ଦଳ ପକ୍ଷରୁ ରୁଦ୍ର ବାଗ ସର୍ବାଧିକ ୨୩ ରନ ସଂଗ୍ରହ କରିଥିଲେ।

ରାଞ୍ଚି ଦଳରୁ ଆକାଶ କୁମାର ସିଂ ୫ ଓ୍ବିକେଟ,ରାଜୁ ପାଣ୍ଡେ ୨ ଓ୍ବିକେଟ, ସଙ୍କଟ ମୋଚନ ତ୍ରିପାଠୀ,ଶିତ କୁମାର ଓ ସୁମିତ ସୌରଭ ୧ ଓ୍ବିକେଟ ଲେଖାଏଁ ନେଇଥିଲେ। ବିସିସିଆଇ ଅମ୍ପାୟର ମହେସ ମୁନସୀ ଓ ଓସିଏ ଅମ୍ପାୟର ଅମୀୟ ସାହୁ ଖେଳ ପରିଚାଳନା କରିଥିବା ବେଳେ ଓସିଏ ଅମ୍ପାୟର ସଚ୍ଚିଦାନନ୍ଦ ପଣ୍ଡା ମ୍ୟାଚ ରେଫରୀ ଥିଲେ। ବୁନିଲ କୁମାର ସାହୁ, ପ୍ରମୋଦ ଦାଶ,ଆସମାନ ସାହୁ ଓ ସୂରଜ ସାହୁ ସ୍କୋରର ଥିବା ବେଳେ ପତିତପାବନ ସାହୁ, ପ୍ରହଲ୍ଲାଦ ଭୋଇ ଓ ରମେଶ ଚନ୍ଦ୍ର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ।

ଉଦଯାପନୀ ଉତ୍ସବରେ ଆୟୋଜକ କମିଟି ସଭାପତି ଜତୀନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ସମ୍ମାନିତ ଅତିଥି ଭାବରେ ମହାମାୟା ସ୍କୁଲ ଏମଡି ଟଙ୍କଧର ସାହୁ, ଖରିଆର ଓଏଭି ଅଧ୍ୟକ୍ଷ ସୁନିଲ କୁମାର ସାହୁ,ଭଟଲି ବିଧାୟକ ଇରାଷିଶ ଆଚାର୍ଯ୍ୟ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଅଶୋକ ଜିନ୍ଦଲ ଓ ସୁମିତ ଅଗ୍ରୱାଲ ଯୋଗଦେଇ ଚମ୍ପିୟାନ ଦଳକୁ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ।

ମ୍ୟାନ ଅଫ୍ ଦି ମ୍ୟାଚ ଅନିରବନ ଚାଟାର୍ଜୀ ପାଇଥିବା ବେଳେ ପ୍ଳେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଆଶାକ କୁମାର ସିଂକୁ ପୁରସ୍କୃତ କରିଥିଲେ। ପତିତପାବନ ସାହୁ ସଭା ପରିଚାଳନା କରିଥିଲେ।ଏହି ଅବସରରେ କମିଟି ସଭାପତି ଜତୀନ ସାହୁ, ସମ୍ପାଦକ କାହ୍ନୁଚରଣ ସାହୁ, କୋଷାଧ୍ୟକ୍ଷ ମଣ୍ଟୁ ସାହୁ ଉପଦେଷ୍ଟା ପ୍ରଶାନ୍ତ ସାହୁ, ରୋହିତ ସାହୁ, ହେମସାଗର ସାହୁ,ଆନନ୍ଦ ସାହୁ, ସ୍ବତନ୍ତ୍ର ସାହୁ, ନିରାକାର ରଣା,ବିନନ୍ଦ ସାହୁ, ସୁଶାନ୍ତ ସାହୁ,ଜୁନିଅର ପ୍ରଶାନ୍ତ ସାହୁ ସମେତ ସମସ୍ତ କ୍ଳବର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

error: Content is protected !!