Saturday, March 7, 2026
Homeରାଜ୍ୟସର୍ଗିବାହାଲ ଗ୍ରାମରେ ନିଶା ଦ୍ରବ୍ୟକୁ ମନା।

ସର୍ଗିବାହାଲ ଗ୍ରାମରେ ନିଶା ଦ୍ରବ୍ୟକୁ ମନା।

ପଦ୍ମପୁର – ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମରେ ମଦମୁକ୍ତ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଅଛି। ନିଶା ଦ୍ରବ୍ୟ ସେବନ କରିବା ଦ୍ୱାରା ଯୁବ ପୀଢ଼ି ତଥା ବିଭିନ୍ନ ଶ୍ରେଣୀର ବ୍ୟକ୍ତି ଶାରୀରିକ ଅସସ୍ଥତା, ଆର୍ଥିକ ଅନଟନ, ପାରିବାରିକ କଳହ,ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେଉଥିବା ହେତୁ ନେଇ ନିଶା ଦ୍ରବ୍ୟ ସେବନରୁ ଦୂରେଇ ରହିବା ପାଇ ଏହି ରାଲି ମାଧ୍ୟମରେ ସର୍ଗିବାହାଲ ଗ୍ରାମର ଗ୍ରାବାସୀମାନଙ୍କୁ ସଚେତନ କରାଯାଇଥିଲା। ଏହି ରାଲିରେ ରିତା ମେହେର, ଗୋଲାପୀ ଘିବେଲା, ଛାୟାକାନ୍ତ ମେହେର, ନାରାୟଣ ମହାପାତ୍ର, ପୁଷ୍ପାଞ୍ଜଳୀ ସିଂ, ଭରତ ମେହେର, ଛତ୍ରପତି ରଣା, ଦଶରଥ ମେହେର, ସରୋଜ ମେହେର,ଗ୍ରାମର ମହିଳା ଓ ପ୍ରମୁଖ ଯୋଗଦାନ କରିଥିଲେ।

error: Content is protected !!