Saturday, March 7, 2026
Homeରାଜ୍ୟସର୍ଗିପାଲିରେ ସାରଦା ମାଁଙ୍କ ୧୭୨ତମ ଜୟନ୍ତୀତ୍ସୋବ ।

ସର୍ଗିପାଲିରେ ସାରଦା ମାଁଙ୍କ ୧୭୨ତମ ଜୟନ୍ତୀତ୍ସୋବ ।

ବରପାଲି-ବରପାଲି ସର୍ଗିପାଲି ମାଁ ସାରଦା ପୀଠ ପରିସରରେ ଯୋଗ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ଯା ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ମାଁ ସାରଦା ଦେବୀଙ୍କ ୧୭୨ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଆଚାର୍ଯ୍ଯ ଓ ସାଧକସାଧିକା ମାନଙ୍କ ଗହଣରେ ଗୁରୁଜୀ ଉଦଘାଟନ କରିଥିଲେ। ପ୍ରାରମ୍ଭରେ ପିଠ ପୂଜନ ସମ୍ପର୍ଣ୍ଣ ପରେ ଗୁରୁମାଁ,ଗୁରୁଜୀ,ଆଚାର୍ଯ୍ଯ ଓ ସାଧକସାଧିକା ଶିକ୍ଷାର୍ଥି ମାନେ ମାଁଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ ସହ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଶ୍ରୀଗୁରୁଙ୍କ ରଚିତ ଜୟମାଁ ସାରଦା ସଂଗିତ ସାଧିକା ବାସନ୍ତି ଓ ସାଥିଙ୍କ ଦ୍ବାରା ପରିବେଷଣ ହୋଇଥିଲା। ମାଁ ସାରଦାଙ୍କ ଜିବନୀ ଓ ତ୍ଯାଗ,ନିଷ୍ଠା, ବଦାନ୍ୟତା ଏବଂ ନାରୀ ସମାଜର ପ୍ରେରଣାର ଶକ୍ତୀ ବିଷୟ ଉପରେ ସାଧକ ମହେନ୍ର୍ଦ ମହାଣା ଉପସ୍ଥାପନ କରିଥିଲେ। ଇଶ୍ବର ପ୍ରଣିଧାନ ସମ୍ବନ୍ଧରେ ଯୋଗ ବିଜ୍ଞାନର ରହସ୍ୟ ଉପରେ ଆଚାର୍ଯ୍ୟ ଶେଷଦେବ ବେହେରା ଅଭିଭାଷଣ ରଖିଥିଲେ।

ସମାଧିର ସଜ୍ଞା ଏବଂ ମନୁଷ୍ୟ ଜୀବନରେ ଭୂମିର ପ୍ରୟୋଗଜନ୍ୟ ରହସ୍ୟ ସମ୍ପର୍କରେ ବଳବନ୍ତ ଛତ୍ରିଆ ବକ୍ତବ୍ଯ ପ୍ରଦାନ କରିଥିଲେ। ଯୋଗ ବିଜ୍ଞାନ ଓ ଏହାର ରହସ୍ୟ ସମ୍ବନ୍ଧରେ ବିଶୃତ ଭାବରେ ଗୁରୁଜୀ ଆଲୋଚନା କରିଥିବା ବେଳେ ଗୁରୁମାଁ ଗୁରୁତତ୍ବ ଓ ଏହାର ରହସ୍ୟ ଉପରେ ବ୍ୟାଖ୍ୟା କରିଥିଲେ। ସେହିପରି ସାଧକ ରାଜେଶ ପଧାନ ମଣିଷ ଜିବନରେ ଶିକ୍ଷା ଓ ସାଧନାର ଆବଶ୍ୟକତାକୁ ନେଇ ସାଧୁବାଣି ବାଢିଥିଲେ। ଆୟୋଜିତ ଆଧ୍ୟାତ୍ମିକ ସଂଗିତ ଗାୟକ ଭାବରେ କୈଳାଶ କର୍ଣ୍ଣ,ସରୋଜ, ବାସନ୍ତୀ,ମମତା ଓ ସାଥି ମାନଙ୍କ ସହାୟତାରେ ପରିବେଷଣ କରିଥିଲେ। ଧନ୍ୟବାଦ ଅର୍ପଣ ପର୍ବ ସାଧକ ଅମୃତଲାଲଙ୍କ ଦ୍ବାରା ହୋଇଥିବା ବେଳେ ସଂଯୋଜନା ପ୍ରକାଶ ପଧାନଙ୍କ ଦ୍ବାରା ସଂଯୋଜିତ ହୋଇଥିଲା।

error: Content is protected !!