Saturday, June 7, 2025
spot_imgspot_imgspot_img
Homeରାଜ୍ୟସରେଇକେଲାରେ ମଦ ବନ୍ଦ ନିଷ୍ପତ୍ତି, ପ୍ରଶାସନର ସହାୟତା ଲୋଡିଲେ ଗ୍ରାମବାସୀ ।

ସରେଇକେଲାରେ ମଦ ବନ୍ଦ ନିଷ୍ପତ୍ତି, ପ୍ରଶାସନର ସହାୟତା ଲୋଡିଲେ ଗ୍ରାମବାସୀ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସରେଇକେଲା ଗ୍ରାମରେ ସମ୍ପୂର୍ଣ୍ଣ ମଦ ବନ୍ଦ ନେଇ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି । ମଦର ବ୍ୟାପକତା ଯୋଗୁଁ ଗ୍ରାମର ଅନେକ ପରିବାରର ଆର୍ଥିକ ସ୍ଥିତି ଦୟନୀୟ ହୋଇପଡ଼ିଛି । ଏହା ସହ ପାରିବାରିକ ଗଣ୍ଡଗୋଳ, ଅଶାନ୍ତି ସୃଷ୍ଟି ହେଉଥିଲା । ଯୁବଗୋଷ୍ଠୀ ମଧ୍ୟ ମଦୁଆ ହୋଇଯିବା ଆଶଙ୍କା କରିବା ସହ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାମବାସୀ ଗତ ୨୭ ତାରିଖ ଦିନ ବୈଠକ କରି ଗାଁରେ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରି ଏକ ନିଶାମୁକ୍ତ ସୁସ୍ଥ ସମାଜ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିଶାମୁକ୍ତି ଅଭିଯାନକୁ ସଫଳ କରିବାକୁ ପୋଲିସ, ଅବକାରୀ ବିଭାଗ,ପ୍ରଶାସନର ସହଯୋଗ ନିହାତି ଆବଶ୍ୟକ ମନେ କରି ସମସ୍ତ ଗ୍ରାମବାସୀଙ୍କ ସମ୍ମିଳିତ ଦସ୍ତଖତ ସହ

ଉପଜିଲ୍ଲାପାଳ ପଦ୍ମପୁର,ଜଗଦଳପୁର ଥାନା,ଉପଖଣ୍ଡ ଅବକାରୀ ଅଧିକାରୀ, ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଆଇନଗତ ସହାୟତା ସହ ପ୍ରଦାନ ସହ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଲିଖିତ ନିବେଦନ କରିଛନ୍ତି । ଲିଖିତ ଦାବିପତ୍ର ପ୍ରଦାନ ସମୟରେ ଗ୍ରାମବାସୀଙ୍କ ତରଫରୁ ଟିକିନୁ ବରିହା,ରାଧେଶ୍ୟାମ ପ୍ରଧାନ,ଅରୁଣପ୍ରଧାନ, ଭୀଷ୍ମଦେବ ବେହେରା, ବେଦପ୍ରକାଶ ପଟେଲ, ରାମ ବାରିକ, ଭୀଷ୍ମ ନାଏକ,ହାରାଧନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

error: Content is protected !!