Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରରେ ହିନ୍ଦୁ ନବବର୍ଷ ପାଳିତ ।

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରରେ ହିନ୍ଦୁ ନବବର୍ଷ ପାଳିତ ।

ପଦ୍ମପୁର – ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ରେ ରାଷ୍ଟ୍ରୀୟ ନବ ବର୍ଷ ପାଳିତ ହୋଇଯାଇଛି ।ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ଶ୍ରୀ ସତ୍ୟ ନାରାୟଣ ସାହା ଗୁରୁଜୀ ଦୀପ ପ୍ରଜ୍ୱଳନ କରି ହିନ୍ଦୁ ନବବର୍ଷର ଉଦ୍ଦେଶ୍ୟ ପ୍ରତିପାଦିତ କରିଥିଲେ । ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ,ମିନତୀ ପଟ୍ଟନାୟକ ,ସୁଜାତା ତ୍ରିପାଠୀ ପ୍ରମୁଖ ହିନ୍ଦୁ ନବ ବର୍ଷ ର ପରିକଳ୍ପନା ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ ।ପିଙ୍କି ସାହୁ ଗୁରୁମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ହରି ସାହୁ ଗୁରୁଜୀ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ । ଠିକ ସେହିପରି ବିଦ୍ୟା ମନ୍ଦିର ପରିସରରେ ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଚୈତନ୍ୟ ଭୋଇ ଦୀପ ପ୍ରଜ୍ୱଳନ କରି ହିନ୍ଦୁ ନବବର୍ଷର ଉଦ୍ଦେଶ୍ୟ ପ୍ରତିପାଦିତ କରିଥିଲେ ।ଚିତ୍ରା ଖର୍ସେଲ ଗୁରୁମା ହିନ୍ଦୁ ନବ ବର୍ଷ ଉପରେ ବୌଦ୍ଧିକ ପ୍ରଦାନ କରିଥିଲେ ।କଲ୍ୟାଣୀ ମିଶ୍ର ଗୁରୁମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ରଞ୍ଜିତା ଭୋଇ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ ।ଶିଶୁ ମାନଙ୍କ ଦ୍ୱାରା ନବବର୍ଷ ଉପରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ।ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।

error: Content is protected !!