Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ।

ପଦ୍ମପୁର – ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ଦୀପ ପ୍ରଜ୍ବଳନ ପୂର୍ବକ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ଼ ରେ ଅଭିଭାଦନ ଗ୍ରହଣ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁକାନ୍ତ ସାହୁ ଗୁରୁଜୀ ସଂଯୋଜନା କରିଥିଲେ । ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପଶ୍ଚିମ ସମ୍ଭାଗ ଶୈକ୍ଷିକ ସଂଯୋଜକ ଶିଶୁ ବାଟିକା ବିଭାଗ ଶ୍ରୀଯୁକ୍ତ ଲୋକନାଥ ମିଶ୍ର ,ଉପ-ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଠିକ ସେହିପରି ବିଦ୍ୟାମନ୍ଦିର ପରିସରରେ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଦୀପ ପ୍ରଜ୍ୱଳନ ପୂର୍ବକ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଡ଼ ରେ ଅଭିଭାଦନ ଗ୍ରହଣ କରିଥିଲେ ।ବିଦ୍ୟାମନ୍ଦିର ପ୍ରମୁଖ ଶ୍ରୀଯୁକ୍ତ ଦେବରାଜ ଡ଼ନସନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ମମତା ଗଡ଼ତିଆ ସଂଯୋଜନା କରିଥିଲେ । ତରଣୀସେନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପଖଣ୍ଡ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଶିଶୁ ବିଦ୍ୟା ମନ୍ଦିର ରୁ ୩୫ ଜଣ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିବା ବେଳେ ଉପଖଣ୍ଡ ସ୍ତରୀୟ ମିଳିତ ପତାକା ଉତ୍ତୋଳନ ରେ ବିଦ୍ୟାମନ୍ଦିର ର ଘୋଷ ଦଳ ଭାଗ ନେଇଥିଲେ। ।

ମିଳିତ ପ୍ୟାରେଡ଼ ପ୍ରତିଯୋଗିତାରେ ଶିଶୁ ବିଦ୍ୟାମନ୍ଦିର ରୁ ତିନୋଟି ଦଳ ପୁରସ୍କୃତ ହୋଇ ୪ଟି ରନିଙ୍ଗ ସିଲ୍ ଓ ଗୋଟିଏ ରନିଙ୍ଗ ଟ୍ରଫି ଗ୍ରହଣ କରି ସ୍କୁଲକୁ ଗୌରବାନ୍ବିତ କରିଛନ୍ତି ।NRTS ପରୀକ୍ଷାରେ ୨ଜଣ ଭାଇ ଓ ବିଗତ ଦଶମ ପରୀକ୍ଷାରେ ଉପଖଣ୍ଡ ସ୍ତରରେ ସର୍ବୋଚ୍ଚ ଦ୍ୱିତୀୟ ନମ୍ବର ରଖି ପୁରସ୍କୃତ ହୋଇଛନ୍ତି । ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

error: Content is protected !!