
ପଦ୍ମପୁର -ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜେଜେବାପା ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ସମିତି ର ସଭାପତି ପ୍ରେମାନନ୍ଦ ବାରିକଙ୍କ ପତ୍ନୀ ସଂଯୁକ୍ତା ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପ୍ରେମାନନ୍ଦ ବାରିକ ଶିଶୁର ସର୍ବାଙ୍ଗୀନ ଉନ୍ନତି ତଥା ଶିଶୁ ମାନଙ୍କୁ ଠିକ୍ ଭାବରେ ଗଢି ତୋଳିବା ପାଇଁ ପିଲାଦିନର ଖେଳ, କଥାନି ଓ ଢଗଢମାଳି ମାଧ୍ୟମରେ କିପରି ଜେଜେବାପା ଜେଜେମାଆର ଭୂମିକା ରହିବ ସେ ବିଷୟରେ ମାର୍ଗ ଦର୍ଶନ କରିଥିଲେ।

ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ କୁମାର ସାହୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ସ୍ନେହଲତା ସାହୁ , ଅମୃତା କେଶରାଲ ଓ ସହଯୋଗୀ ଯୋଗଦେଇ ପ୍ରବଚନ (ଭାଗବତ) କାର୍ଯ୍ୟକ୍ରମ କରିଥିଲେ। ସଂପାଦକ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ କିଶୋର ସାହୁ ଓ ବିଷ୍ଣୁପ୍ରିୟା ମହାପାତ୍ର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ୭୦ ଜଣ ଜେଜେବାପା ଜେଜେମାଆ ଉପସ୍ଥିତ ଥିଲେ। ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।



