Saturday, March 7, 2026
Homeରାଜ୍ୟସରସ୍ଵତୀ ଶିଶୁ ମନ୍ଦିର ସର୍ଗିବାହାଲରେ ଘର ହିଁ ବିଦ୍ୟାଳୟ ଦ୍ଵତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ।

ସରସ୍ଵତୀ ଶିଶୁ ମନ୍ଦିର ସର୍ଗିବାହାଲରେ ଘର ହିଁ ବିଦ୍ୟାଳୟ ଦ୍ଵତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ।

ପଦ୍ମପୁର-ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଶିଶୁ ବାଟିକା ବିଭାଗର ଘର ହିଁ ବିଦ୍ୟାଳୟ ଦ୍ଵିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଭିଭାବିକା ବୁଲି ପାତ୍ର ଦୀପ ପ୍ରଜ୍ବଳନ କରିଥିଲେ। ମୁଖ୍ୟ ଅତିଥି ଭାବରେ ପରିଚାଳନା ସମିତିର ସଭାପତି ପ୍ରେମାନନ୍ଦ ବାରିକ ଜୀବନର ଘନିଷ୍ଠ ଅନୁଭବ ଉପରେ ଆଲୋକପାତ କରିଥିବା ବେଳେ ଉପସଭାପତି ମୁରଲୀଧର ସାହୁ ସଂସ୍କୃତି ସଂସ୍କାର ଉପରେ ଓ ସମ୍ପାଦକ ପ୍ରହଲ୍ଲାଦ ସାହୁ ଶିଶୁର ବିକାଶ ଉପରେ ଆଲୋକପାତ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ପରିଚୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୨୬ ଜଣ ଅଭିଭାବିକା ଯୋଗ ଦେଇଥିଲେ। ଗୁରୁଜୀ ଭକ୍ତବନ୍ଧୁ ସ୍ଵାଇଁ ପ୍ରଭାତ ଶ୍ରେଣୀର ମୋ ଭାଷା ଉପରେ ଏକ କାଳାଂଶ ନେଇଥିଲେ।ଶେଷରେ ଶିଶୁ ବାଟିକା ପ୍ରମୁଖ ବିଷ୍ଣୁପ୍ରିୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

error: Content is protected !!