Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ।

ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ।

ପଦ୍ମପୁର-ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁ ବାଟିକା ଓ ଦିବା ପର୍ଯ୍ୟାୟର ଶିଶୁ ଭାଇଭଉଣୀମାନେ ରାଧା, କୃଷ୍ଣ ଓ ସୁଦାମା ବେଶରେ ସଜ୍ଜିତ ହୋଇ ଆସିଥିଲେ। ପ୍ରଥମେ ରାଧାକୃଷ୍ଣଙ୍କୁ ପୂଜା କରାଯାଇଥିଲା। ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସାହୁ ଓ ସଭାପତି ଶ୍ରୀଯୁକ୍ତ ପ୍ରେମାନନ୍ଦ ବାରିକ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ପ୍ରେମାନନ୍ଦ ବାରିକ ଭଗବାନ ଶ୍ରୀକୃଷ୍ଣ ବାଲ୍ୟ କାଳର କଥାବସ୍ତୁ ଉପସ୍ଥାପନା କରିଥିଲେ।

ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରୀକୃଷ୍ଣଙ୍କ ପୂଜାପରେ ବେଶଧାରୀ ଶିଶୁ ମାନଙ୍କ ପୂଜନ କରାଯାଇଥିଲା ଶ୍ରୀକୃଷ୍ଣଙ୍କ ଭଜନ ଓ ଧୂନ୍ ର ତାଳେତାଳେ ଦୋଳି ଝୁଳଣ କରାଯାଇଥିଲା।୪୫ ଜଣ ବେଶଧାରୀ ଶିଶୁମାନେ ରାଧାକୃଷ୍ଣ ଓ ସୁଦାମା ବେଶରେ ସଜ୍ଜିତ ଓ କିଛି ଅଭିଭାବକ ଅଭିଭାବିକା ମଧ୍ୟ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

error: Content is protected !!