ବରପାଲି-ବରପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୭୯ ତମ ସ୍ଵାଧୀନତା ଦିବସ ସହ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରମୁଖ ଡା. ଶଙ୍କର୍ଷଣ ମେହେର ରାଷ୍ଟ୍ରୀୟ ଧ୍ୱଜ ଉତ୍ତୋଳନ ମାଧ୍ୟମରେ ସ୍ବାଧିନତା ଦିବସର ବୈଶିଷ୍ଟ୍ୟ ସହ ମହାପୁରୁଷ ମାନଙ୍କ ଜୀବନୀ ବିଷୟରେ ଭାଇ ଭଉଣୀ ମାନଙ୍କୁ ଅବଗତ କରିଥିଲେ। ଅତିଥି ପରିଚୟ ପ୍ରଦାନ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ହୋତା କରିଥିବା ବେଳେ ସଂଯୋଜନା ଧର୍ମେନ୍ଦ୍ର ପୂଜାରୀ କରିଥିଲେ। ମଞ୍ଚରେ ସଭାପତି ଯଦୁମଣି ବିଶି ,କୋଷାଧ୍ୟକ୍ଷ ଓମ୍ ବାରିକ,ସଦସ୍ୟା ସଂଘମିତ୍ରା ସିଂ ବରିହା ପ୍ରମୁଖ ଉପସ୍ଥିତ ରହିଥିଲେ।

ପରିଶେଷରେ ଗୁରୁଜୀ ବୀରେନ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ସେହିପରି ଜନ୍ମାଷ୍ଟମୀ ଉତ୍ସବର ସଂଗୀତ ଗାନ କରାଯାଇଥିଲା। ଆଚାର୍ଯ୍ୟ ବଳରାମ ପାଣିଗ୍ରାହୀ ଓ ଆଚାର୍ଯ୍ୟା ଝରଣା ମାହାଣା ଓ ଭଉଣୀ ଜେନିଷା ପୁହାଣ ଓ ସେୟଲ ଶ୍ରୀୟା ମାହାଣା ତତ୍ ପରେ ଗୁରୁମା,ଭଉଣୀ ଓ ଅଭିଭାବିକା ଗଣ କୃଷ୍ଣଙ୍କୁ ଦୋଳି ଝୁଲାଇବା ସହ ଜଗତର କଲ୍ୟାଣ ନିମିତ୍ତ ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ପରେ ବାଳ ଶ୍ରୀକୃଷ୍ଣ ଙ୍କ ଦ୍ଵାରା ଦଧିଭାଣ୍ଡ ଭଞ୍ଜନ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରାୟ ୯୫ ଜଣ ଶିଶୁ ଭାଇ ଭଉଣୀ ଶ୍ରୀକୃଷ୍ଣ ଓ ଶ୍ରୀରାଧା ବେଶରେ ସଜ୍ଜିତ ହୋଇ ଆସିଥିଲେ।



