ପଦ୍ମପୁର – ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ୭୯ ତମ ସ୍ବାଧିନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଶିଶୁ ମନ୍ଦିର ପରିସରରେ ସମ୍ପାଦକ ଜନକଲାଲ ମେହେର ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍ ରେ ଅଭିଭାଦନ ଗ୍ରହଣ କରି ମାର୍ଗ ଦର୍ଶନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ସୁକାନ୍ତ କିଶୋର ସାହୁ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟା ମନ୍ଦିର ପରିସରରେ ଉପ ସଭାପତି ଗୋପାଳ କୃଷ୍ଣ ମିଶ୍ର ପତାକା ଉତ୍ତୋଳନ କରି ପ୍ୟାରେଡ୍ ରେ ଅଭିଭାଦନ ଗ୍ରହଣ କରିଥିଲେ। ବିଦ୍ୟା ମନ୍ଦିର ପ୍ରମୁଖ ଦେବରାଜ ଡନସନା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।

ସୁଷମା ବିଶ୍ଵାଲ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ କଲ୍ୟାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ସବଡିବିଜନାଲ ସ୍ତରରେ ବିଭିନ୍ନ ପ୍ରତିଯୋଗୀତାରେ ଶିଶୁ ବିଦ୍ୟାମନ୍ଦିର ର ୩୩ ଜଣ, ଚମ୍ପିୟାନ ଦୁଇ ଜଣ ଓ ଏନ୍ଆରଟିସ ପରୀକ୍ଷାରେ ଦିପଶିଖା ଗଡତିଆ ଓ ବିଗତ ଦଶମ ଶ୍ରେଣୀର ସର୍ବୋଚ୍ଚ ଅଙ୍କ ଗଜିନ୍ଦ୍ର ମହାରଣା ପୁରସ୍କୃତ ହୋଇଥିଲେ ଓ ମିଳିତ ପ୍ୟାରେଡରେ ଜୁନିଅର ରେଡକ୍ରସ ଦଳ, ସିନିୟର୍ ଭାଇ ଦଳ ଓ ସବ୍ ଜୁନିଅର ଭାଇ ଦଳ ବିଜୟୀ ହୋଇ ଟ୍ରଫି ଗ୍ରହଣ କରିଥିଲେ। ଏହି ଅବସରରେ ଶିଶୁ ବାଟିକା ବିଭାଗର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା । ଶିଶୁ ଭାଇ ଭଉଣୀ ମାନେ ରାଧା,କୃଷ୍ଣ ବେଶରେ ସଜ୍ଜିତ ହୋଇ ଆସିଥିଲେ । ପ୍ରଥମେ ରାଧାକୃଷ୍ଣ ଙ୍କ ପୂଜା କରାଯାଇଥିଲା ମୁଦିରଥ ପଣ୍ଡା ପୂଜକ ଦାୟିତ୍ୱ ତୁଲାଇଥିଲେ ।

ସମ୍ପାଦକ ଜନକଲାଲ ମେହେର , ଜିଲ୍ଲା ସଂଘ ଚାଲକ ରୋହିତ କୁମାର ମେହେର , ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ପ୍ରମୁଖ ପୂଜାରେ କର୍ତ୍ତା ହୋଇଥିଲେ ।ଶ୍ରୀକୃଷ୍ଣଙ୍କ ପୂଜା ପରେ ପରେ ବେଶଧାରୀ ଶିଶୁ ମାନଙ୍କ ପୂଜନ କରାଯାଇଥିଲା ଶ୍ରୀକୃଷ୍ଣ ଙ୍କ ଭଜନ ଓ ଧୂନ ର ତାଳେ ତାଳେ ଦୋଳି ଝୁଳଣ କରି ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋ ବଣ୍ଟନ କରାଯାଇଥିଲା । ଏଥିରେ ମାତୃଭାରତୀର ସଦସ୍ୟା ମାନେ ସହଯୋଗ କରିଥିବା ବେଳେ ୧୧୦ ଜଣ ବେଶଧାରୀ ଶିଶୁ ମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଓ ଶତାଧିକ ଅଭିଭାବକ ଅଭିଭାବିକା ଯୋଗଦାନ କରିଥିଲେ । ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ସୁଜାତା ତ୍ରିପାଠୀ ସୁଚନା ପ୍ରଦାନ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।



