Saturday, March 7, 2026
Homeରାଜ୍ୟସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ସ୍ବାସ୍ଥ୍ୟ ପରୀକ୍ଷଣ ।

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ସ୍ବାସ୍ଥ୍ୟ ପରୀକ୍ଷଣ ।

ପଦ୍ମପୁର-ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରର ଶିଶୁ ବାଟିକା ବିଭାଗର ଶିଶୁ ମାନଙ୍କର ଆଜି ସ୍ବାସ୍ଥ୍ୟ ପରୀକ୍ଷଣ କରାଯାଇଛି। ଏହି ଅବସରରେ ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସମୀର ମେହେର ଯୋଗଦେଇ ୨୪୫ ଜଣ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ କରିଥିଲେ। ସେଥିରୁ ୧୨ ଜଣ ଶିଶୁଙ୍କ ଦାନ୍ତ ପୋକ ସମସ୍ୟା ଥିବା ଦର୍ଶାଇଥିଲେ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟାୟ ପ୍ରମୁଖ ସୁଜାତା ତ୍ରିପାଠୀ ସହଯୋଗ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

error: Content is protected !!