Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସରସ୍ବତୀ ଶିଶୁ ମନ୍ଦିର ସର୍ଗିବାହାଲରେ ଲୁପ୍ତପ୍ରାୟ ସଙ୍ଗୀତ ଉପରେ ଆଲୋଚନା ଚକ୍ର ଓ ପ୍ରଦର୍ଶନ ।

ସରସ୍ବତୀ ଶିଶୁ ମନ୍ଦିର ସର୍ଗିବାହାଲରେ ଲୁପ୍ତପ୍ରାୟ ସଙ୍ଗୀତ ଉପରେ ଆଲୋଚନା ଚକ୍ର ଓ ପ୍ରଦର୍ଶନ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଶିଶୁ ମନ୍ଦିରରେ ସଚେତନ ହେମା ଢୋଲବନ୍ଧ ତରଫରୁ ଏକଦିନିଆ ସେମିନାର ଓ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ନାଟ୍ୟକାର ରାଜକୁମାର ସାହୁ ଲୁପ୍ତପ୍ରାୟ ଲୋକକଳା ଉପରେ ଗଭୀର ଆଲୋଚନା କରି ପୁରୁଣା ଭାରତୀୟ ନାଟକ, ସଙ୍ଗୀତ, ଗୀତ ଆଦିକୁ ବଞ୍ଚାଇବାକୁ ପିଲାମାନଙ୍କୁ ପ୍ରବାର୍ତ୍ତାଇଥିଲେ l ପରେ ଅନୁଷ୍ଠାନ ତରଫରୁ ଗୁରୁ ଆନନ୍ଦ ବାଗ ବ୍ରହ୍ମବୀଣା ପରିବେଷଣ କରିବା ସହିତ ତାର ପ୍ରସ୍ତୁତି ପ୍ରଣାଳୀ ବୁଝାଇ ଥିଲେ l

ଛାତ୍ରଛାତ୍ରୀ ନିଜେ ବ୍ରାହ୍ମବୀଣା ଧରିବା ସହିତ ଲୋକବାଦ୍ୟ ବିଷୟରେ ଅନେକ ପ୍ରଶ୍ନର ଉତ୍ତର ପାଇପାରିଥିଲେ l ରାଜକୁମାର ସାହୁଙ୍କ ନିଆରା ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଥିବା ବେଳେ ଅନୁଷ୍ଠାନ ର ମହେନ୍ଦ୍ର ସାହୁ, ଘନଶ୍ୟାମ ସାହୁ, ଘନଶ୍ୟାମ ଭୋଇ ଓ କାର୍ତ୍ତିକ ମହାନନ୍ଦ ପରିବେଷଣରେ ସହଯୋଗ କରିଥିବା ବେଳେ ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା ବୃନ୍ଦ ସହଯୋଗ କରିଥିଲେ l ଗୁରୁଜୀ ହରେରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

error: Content is protected !!