Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କାର୍ଯ୍ୟାଳୟ ସହାୟକ କାର୍ଯ୍ୟଶାଳା ।

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କାର୍ଯ୍ୟାଳୟ ସହାୟକ କାର୍ଯ୍ୟଶାଳା ।

ବରପାଲି-ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପଶ୍ଚିମ ସମ୍ଭାଗ କାର୍ଯ୍ୟାଳୟ ସହାୟକ କାର୍ଯ୍ୟଶାଳା ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ରାମଚନ୍ଦ୍ର ଡ଼ନସନା ମୁଖ୍ୟ ଅତିଥି ରୂପେ ଯୋଗ ଦେବା ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ‘ପଞ୍ଚ ପରିବର୍ତ୍ତନ’ ବିଷୟକୁ ଆଧାର ମାଧ୍ଯମରେ ବିସ୍ତୃତ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ନିରଂଜନ ହୋତା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ପ୍ରମୁଖ ଡାକ୍ତର ଶଙ୍କର୍ଷଣ ମେହେର କାର୍ଯ୍ୟାଳୟ ସ୍ବଚ୍ଛତା ଓ ବ୍ୟବସ୍ଥିତତା ଉପରେ ବକ୍ତବ୍ୟ ରଖିଥିଲେ। ସମ୍ବଲପୁର ବିଭାଗ ନିରୀକ୍ଷକ ଜୟ କିଶୋର ପଣ୍ଡା କାର୍ଯ୍ୟଶାଳାର ଉଦ୍ଦେଶ୍ୟ ସମ୍ପର୍କରେ କରିଥିଲେ।

ବିଦ୍ୟା ମନ୍ଦିର ପ୍ରମୁଖ ଧର୍ମେନ୍ଦ୍ର ପୂଜାରୀ କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ରାଉରକେଲା ବିଭାଗ ନିରୀକ୍ଷକ ପ୍ରଦୀପ କୁମାର ମିଶ୍ର, ପଶ୍ଚିମ ସମ୍ଭାଗ କାର୍ଯ୍ୟାଳୟ ପ୍ରମୁଖ ବିଦ୍ୟାଧର ଠାକୁର ଓ ସହ ପ୍ରମୁଖ ବିକ୍ରାନ୍ତ କୁମାର ଆଦି କାର୍ଯ୍ୟକର୍ତ୍ତା ବୃନ୍ଦ ଉପସ୍ଥିତ ରହିଥିଲେ। କାର୍ଯ୍ୟଶାଳାରେ ପଶ୍ଚିମ ସମ୍ଭାଗ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ୮୧ ଜଣ ଆଚାର୍ଯ୍ୟ/ଆଚାର୍ଯ୍ୟା ଭାଗ ନେଇଥିଲେ। ଆୟୋଜିତ କାର୍ଯ୍ୟଶାଳା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ତିନିଦିନ ଭାବେ ପରିଚାଳିତ ହେବ। ବିଭିନ୍ନ ଅଭିଜ୍ଞ ପ୍ରଶିକ୍ଷକ ମାନେ ଶିବିରରେ ପ୍ରଶିକ୍ଷଣ ଦେବେ। ବିଦ୍ୟାମନ୍ଦିର ବିଭାଗିୟ ସମସ୍ତ ଗୁରୁଜୀ ଓ ଗୁରୁମା ଏବଂ ପରିଚାଳନା ସମିତି ସଦସ୍ୟ ବୃନ୍ଦ ସହଯୋଗ କରୁଛନ୍ତି।

error: Content is protected !!