Saturday, March 7, 2026
Homeଅଘଟଣସରପଞ୍ଚଙ୍କ ସ୍ୱାମୀ ପିସି ମାଗିବା ଘଟଣା:ତଦନ୍ତ ଅଳରେ ଘଟଣାକୁ ରଫଦଫା ପାଇଁ ଉଦ୍ୟମ,କାହାକୁ ବଞ୍ଚାଇବାକୁ ତଦନ୍ତକାରୀ...

ସରପଞ୍ଚଙ୍କ ସ୍ୱାମୀ ପିସି ମାଗିବା ଘଟଣା:ତଦନ୍ତ ଅଳରେ ଘଟଣାକୁ ରଫଦଫା ପାଇଁ ଉଦ୍ୟମ,କାହାକୁ ବଞ୍ଚାଇବାକୁ ତଦନ୍ତକାରୀ ଦଳର ପ୍ରୟାସ ?

ବୌଦ୍ଧ(ସିମୁନ ନାଏକ)-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଜଣେ ସରପଞ୍ଚଙ୍କ ସ୍ୱାମୀ ଦଲାଲ ସାଜି ଠିକାଦାରଙ୍କୁ ପିସି ମୂଲଚାଲ କରୁଥିବା ଭିଡ଼ିଓ ପ୍ରଘଟ ହୋଇଥିଲା । ସୋସିଆଲ ମିଡ଼ିଆରେ ପ୍ରଚାରିତ ହୋଇ ସାରା ଜିଲ୍ଲାରେ ହଇଚଇ ସୃଷ୍ଟି ହେବା ପରେ ଜିଲ୍ଳାପାଳ ବିଭୁତି ଭୂଷଣ ନିର୍ଦେଶକ୍ରମେ ହରଭଙ୍ଗା ବିଡିଓ ବିଜୟ ପ୍ରଧାନ ଆଜି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାରମ୍ଭିକ ତଦନ୍ତ ରୁ ଏହା ରାମଗଡ଼ ପଞ୍ଚାୟତର ହୋଇଥିବା ବେଳେ ଏହି ପଞ୍ଚାୟତର ସରପଞ୍ଚ ପ୍ରବାଶିନୀ ଯୋଶୀଙ୍କ ସ୍ୱାମୀ ଶୁଭେନ୍ଦୁ ଯୋଶୀ ବୋଲି ସ୍ପଷ୍ଟ କରିଛନ୍ତି ବିଡିଓ । ଏନେଇ ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ୩ ଜଣିଆ ତଦନ୍ତକାରୀ ଦଳ ରାମଗଡ଼ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଏହି ତଦନ୍ତକାରୀ ଦଳରେ ବ୍ଲକ ସହକାରୀ ଯନ୍ତ୍ରୀ ମାନରଞ୍ଜନ ପାତ୍ର, କନିଷ୍ଠ ଯନ୍ତ୍ରୀ ମଧୁସୂଦନ ଦୋରା ରହିଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ମହିଳା ସରପଞ୍ଚ ଓ ତାଙ୍କ ସମେତ ସମ୍ପୃକ୍ତ ଠିକାଦାର ଉପସ୍ଥିତ ରହିଥିଲେ ।

ତଦନ୍ତ ବେଳେ ସମୃକ୍ତ ଠିକାଦାରଙ୍କୁ ଆସନ୍ତା ସୋମବାର ବକେୟା ଅର୍ଥ ପ୍ରଦାନ ପାଇଁ ବିଡ଼ିଓ ନିର୍ଦେଶ ଦେଇଥିବା ବେଳେ ଗଣମାଧ୍ୟମରେ ଖବର ପ୍ରକାଶନା ଉପରେ ରୋକ ଲଗାଇବା ପାଇଁ ଠିକାଦାରଙ୍କୁ ନିର୍ଦେଶ ଦେଇଥିବା ଠିକାଦାର ଜଣଙ୍କ ପ୍ରକାଶ କରିଛନ୍ତି । ତେବେ ଘଟଣାର ତଦନ୍ତ ପରିବର୍ତେ ସଲସୁତୁରା ହୋଇଥିବା ସହ ପିସି କାରବାରରେ ଲିପ୍ତ ପ୍ରକ୍ସି ସରପଞ୍ଚଙ୍କୁ ବଞ୍ଚାଇବାକୁ ବିଡିଓ ଉଦ୍ୟମ କରୁଥିବା ଜଣାପଡିଛି । ଏନେଇ ବିଡ଼ିଓ ବିଜୟ ପ୍ରଧାନଙ୍କୁ ପଚାରିବାରୁ ଯେଉଁ ବ୍ୟକ୍ତି ଅଭିଯୋଗ କରୁଛନ୍ତି ସେ କୌଣସି କାମ ସହିତ ସମ୍ପୃକ୍ତି ନାହିଁ କହିଥିଲେ । ତେବେ କାମ ସମ୍ପୃକ୍ତି ନଥାଇ କାହିଁକି ଏଭଳି ଆଲୋଚନା କଲେ ବୋଲି ପାଲଟା ପ୍ରଶ୍ନ କରିବାରୁ ତାଙ୍କ ସହ ସରପଞ୍ଚଙ୍କ ଫାଇନନ୍ସିଆଲ ଦିସ୍ପୁଟ ଅଛି ବିଡ଼ିଓ କହିଛନ୍ତି ।

ତେବେ ଯଦି କୌଣସି ପ୍ରକାଶ କାମ ସହିତ ସମ୍ପୃକ୍ତ ଠିକାଦାରଙ୍କ ସମ୍ପୃକ୍ତି ଯଦି ନାହିଁ ତେବେ କାହିଁକି ତଦନ୍ତ ବେଳେ ତାଙ୍କୁ ଡକାଗଲା ? କାହିଁକି ସରପଞ୍ଚଙ୍କ ସ୍ୱାମୀ ଏଭଳି ତାଙ୍କ ସହ କଥା ହେଲେ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେ ସନ୍ଦେହ ଘେରରେ । ତେବେ ତଦନ୍ତକାରୀ ଦଳ ପିସି କାରବାର ନେଇ ତଦନ୍ତ ବେଳେ କାହିଁକି ଘଟଣାକୁ ଚପାଇ ଦେବାକୁ ଉଦ୍ୟକ କରୁଛନ୍ତି ତାହା ତଦନ୍ତ ସାପେକ୍ଷ । କାହାକୁ ବଞ୍ଚାଇବାକୁ ଏତେ ପ୍ରୟାସ ତଦନ୍ତକାରୀ ଦଳ ? ଏନେଇ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଘଟଣା ସଠିକ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ମହଲରେ ଦାବି ହେଉଛି ।

error: Content is protected !!