Saturday, March 7, 2026
Homeଖେଳସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କନସିଂହାର ବାର୍ଷିକ କ୍ରୀଡା ।

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କନସିଂହାର ବାର୍ଷିକ କ୍ରୀଡା ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ କନସିଂହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୯୧ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ । ୧୦୦ ମିଟର ଦୌଡ଼, ଗଣିତ ଦୌଡ଼, ମୁଖରେ ଚାମଜ ରଖି ବେଲାନ୍ସ ରଖି ଦୌଡ଼, ମ୍ୟୁଜିକ ଚେୟାର, ସଟଫୁଟଥ୍ରୋ, ଲମ୍ବ ଡ଼ିଆ, ସାଇକଲ ସ୍ଲୋ ଭଲି ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉପେନ୍ଦ୍ର ବାରିକ ଓ ସମ୍ମାନନୀତ ଅତିଥି ଭାବରୋ ଭାଇସ ବିଦ୍ୟାଳୟ ପରିଚାଳନା କମିଟି ଉପ ସଭାପତି ସରୋଜିନୀ ସାହୁ, ସିଆରସିସି ପ୍ରମେଶ୍ୱର ବିଶି ଯୋଗଦେଇଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷପତି ସ୍ୱାଇଁ ମଞ୍ଚପରିଚାଳନା କରିଥିବାବେଳେ ସହଯୋଗୀ ଶିକ୍ଷକ ରସିକ କଲେତ ଓ ଶିକ୍ଷୟତ୍ରୀ କାମାକ୍ଷୀ ଶତପଥୀ ମଞ୍ଚାସିନ ଥିଲେ । ଖେଳ ଶିକ୍ଷକ ରବୀନ୍ଦ୍ର କୁମାର ଭୋଇ ଖେଳ ପରିଚାଳନା କରିଥିବା ବେଳେ ବାଞ୍ଜେନମୁଣ୍ଡାର ଅଶୋକ ସାହୁ, ଲମ୍ବରଜୁନାର ମଧୁସୂଦନ ପଧାନ, ଦେଉଳିର ଜଗନ୍ନାଥ ସାହୁ ପ୍ରମୁଖ ଖେଳ ଶିକ୍ଷକ ମାନେ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ । ଶେଷରେ ଶିକ୍ଷୟତ୍ରୀ କାମାକ୍ଷୀ ଶତପଥୀ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

error: Content is protected !!