ସୋନପୁର-ସୋନପୁର ବ୍ଳକ ଅନ୍ତର୍ଗତ ରୁଗୁଡିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲାଲଚନ୍ଦ ରଣାଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇ ଯାଇଛି । ଏଥିରେ ସୋନପୁର ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରହଲ୍ଲାଦ ନାୟକ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିବା ବେଳେ ରୁଗୁଡିପାଲି ଅଙ୍ଗନୱାଡ଼ି କେନ୍ଦ୍ର(ଖ) ର କର୍ମୀ ଶ୍ରୀମତୀ ଗୀତାଞ୍ଜଳୀ ରଣା ଆଶାକର୍ମୀ ଶ୍ରୀମତୀ ବାସନ୍ତି ମଲ୍ଲିକ ଶିକ୍ଷକ ଦୋଳଗୋବିନ୍ଦ ପଣ୍ଡା , ବିରେନ୍ଦ୍ର ବରିହା, ମୁକେଶ ରଞ୍ଜନ ପ୍ରଧାନ ତଥା ପରିଚ଼ଳନା କମିଟୀ ସଦସ୍ୟ ସଦସ୍ୟା ଓ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ ।

ସଭା ଶେଷରେ ସମସ୍ତେ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା ସହ ଜନ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ନାରା ଦେଇ ସଚେତନ କରିଥିଲେ । ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଦୋଳଗୋବିନ୍ଦ ପଣ୍ଡା ସଂପୂର୍ଣ୍ଣ ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ର ସଂସଦର ପରିବେଶ ମନ୍ତ୍ରୀ ଶ୍ରୀମାନ ସୁଲଭ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



