Thursday, November 28, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସମ୍ବଲପୁରୀ ଦିନ ପାଳନ ପାଇଁ ସିରଜିନା ପକ୍ଷରୁ ପ୍ରସ୍ତୁତି:ଯୋଗଦେବେ ପ୍ରଖ୍ୟାତ ଗାୟକ ଦୁଃଖିଶ୍ଯାମ ତ୍ରିପାଠୀ ଓ...

ସମ୍ବଲପୁରୀ ଦିନ ପାଳନ ପାଇଁ ସିରଜିନା ପକ୍ଷରୁ ପ୍ରସ୍ତୁତି:ଯୋଗଦେବେ ପ୍ରଖ୍ୟାତ ଗାୟକ ଦୁଃଖିଶ୍ଯାମ ତ୍ରିପାଠୀ ଓ ବିଭୁତି ଭୂଷଣ ପଟ୍ଟନାୟକ।

ପଦ୍ମପୁର-ସମ୍ବଲପୁରୀ ଦିନ ପାଳନ ପାଇଁ ସିରଜିନା ପକ୍ଷରୁ ପ୍ରସ୍ତୁତି ବୈଠକ ଶ୍ରୀ ରାଜୁ ଘିବେଲା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଅଗଷ୍ଟ ଏକ ତାରିଖ ଦିନ କୁ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନକୁ ସମଲପୁରୀ ଦିନ ଭାବରେ ପଦ୍ମପୁର ଟାଉନ ହଲରେ ପାଲନ କରାଯିବ । ଏହି ଉପଲକ୍ଷେ କବିତା ଗଳ୍ପ ନାଟକ ସଂଗୀତ କ୍ଷେତ୍ରରେ ନାମ କରି ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବା ପାଇଁ ଏହି ବୈଠକରେ ସ୍ଥିର କରାଗଲା ।

ବିଶିଷ୍ଟ ଗୀତିକାର ଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଶ୍ରୀ ବିଭୁତି ଭୂଷଣ ପଟ୍ଟନାୟକ ଓ ଗାୟକ ଶିରୋମଣି ଶ୍ରୀ ଦୁଃଖୀଶ୍ୟାମ ତ୍ରିପାଠୀଙ୍କୁ ସିରଜିନା ସଂଗୀତ ସମ୍ମାନରେ ଭୂଷିତ କରାଯିବାକୁ ସ୍ଥିର କରାଗଲା । ଏହି ଅବସରରେ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତିଙ୍କ ଲିଖିତ ଓ ବିଦେଶୀ ସାହୁଙ୍କ ନିର୍ଦ୍ଦେଶିତ ନାଟକ ପାହାଚିହ୍ନା ପ୍ରଦର୍ଶନ କରାଯିବ ସହିତ ଓଡିଶାର ଖ୍ୟାତି ସଂମ୍ପନ୍ନ ନୃତ୍ୟ ଶିଳ୍ପୀ ଆଭାରାଣୀ ସାହୁ, ବଳରାମ ସାହୁ,ଇପ୍ସିତା ସାମନ୍ତରାୟ, ଅନନ୍ୟା ମେହେର ଓ ବିଭିନ୍ନ ଅନୁଷ୍ଠାନର କଳାକାର ନୃତ୍ୟ ପରିବେଷଣ କରିବେ ।ମିନି କଂସ ସନୟ ମେହେର, ଶ୍ରୀ ଶିବ ସୁନା ଓ ଶୁଭମ ଘିବେଲା ପ୍ରମୁଖ କଳାକାର ତାଙ୍କର କଂସ ଚରିତ୍ରରେ ଅବତାରଣା କରିବେ।

ବିଶିଷ୍ଟ କବି କିଶୋର ସାହୁ, ଗୁଣ ସାଗର ସାହୁ ଓ ଅଧିକାରୀ ସା କବିତା ପାଠ କରିବେ । ଏହି ବୈଠକରେ ନାଟ୍ୟକାର ଅଶୋକ ବହିଦାର,ପ୍ରମୋଦ ନାଥ,ସନ୍ତୋଷ ମହାନ୍ତି, କିଶୋର ପାତ୍ର ,କୁଞ୍ଜ ବିହାରୀ ସରାଫ ନସିବ ଗୁର୍ଲା ,ଆଦିତ୍ୟ ରଥ, ସୁବ୍ରତ ସାହୁ ,ଗୌରୀ ମେହେର ,ସଂଜୀବ ବହିଦାର ଓ ସୁଶାନ୍ତ ମହାପାତ୍ର ପ୍ରମୁଖ ସଭ୍ୟ ଯୋଗଦାନ କରି ଥିଲେ। ଶେଷରେ ଶ୍ରୀ ଆଦିତ୍ୟ ରଥ ଧନ୍ୟବାଦ ଅର୍ପଣ କରି ଥିଲେ ।

error: Content is protected !!