Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସମ୍ବଲପୁରୀ ଦିନ ପାଇଁ ଚିତ୍ରାଙ୍କନ ଏବଂ ରଙ୍ଗୋଲି ପ୍ରତିଯୋଗିତା ।

ସମ୍ବଲପୁରୀ ଦିନ ପାଇଁ ଚିତ୍ରାଙ୍କନ ଏବଂ ରଙ୍ଗୋଲି ପ୍ରତିଯୋଗିତା ।

ସମ୍ବଲପୁର-ଅଗଷ୍ଟ ୧ ସମ୍ବଲପୁରୀ ଦିନ ଉପଲକ୍ଷେ ଆଜି ତମ୍ମନା ଫାଉଣ୍ଡେସନ ଏବଂ ପଶ୍ଚିମାଞ୍ଚଲ ଏକତା ମଞ୍ଚ ତରଫରୁ ସାକ୍ଷୀପଡା ଭେଟେନେରୀ କେମ୍ପସ ଠାରେ ଦିନ ୧୦ ଘଟିକା ସମୟରେ ଚିତ୍ରାଙ୍କନ ଏବଂ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ ସବଜୁନିଅର, ଜୁନିଅର ଏବଂ ସିନିଅର ତିନୋଟି ବର୍ଗର ପ୍ରତିଯୋଗି ଭାଗ ନେଇଥିଲେ ଏହି ପ୍ରତିଯୋଗିତାରେ ସର୍ବମୋଟ ୮୭ ଜଣ ପ୍ରତିଯୋଗି ଭାଗ ନେଇଥିଲେ l କାର୍ଯ୍ୟକ୍ରମ ଆରମ୍ଭରେ ମାଁ ସମଲେଇ ଏବଂ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଙ୍କ ପ୍ରତିମାର ପୂଜାର୍ଚନା ସହ ଅତିଥି ଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରାଯାଇଥିଲା l

କାର୍ଯ୍ୟକ୍ରମ ରେ ତମ୍ମନା ଫାଉଣ୍ଡେସନର ନିର୍ଦେଶକ ଡା ଅଞ୍ଜନ କୁମାର ଦାସ, ପରିଚାଳନା ନିର୍ଦେଶକ ସୁରେନ୍ଦ୍ର କୁମାର ବଗର୍ତି,ସାଧାରଣ ସମ୍ପାଦକ ଆକାଶ ଶତପଥୀ,ମାର୍ଗଦର୍ଶକ ସୁଧୀର ପୂଜାରୀ,ମୁଖ୍ୟ କୁନୁଆଁ ଡା ପର୍ଶୁରାମ ପଣ୍ଡା,ସମ୍ମାନିତ କୁନୁଆଁ ଡ଼ ସୁଷମା ସାହୁ,ପଶ୍ଚିମାଞ୍ଚଲ ଏକତା ମଞ୍ଚର ଜିଲ୍ଲା ସଂଯୋଜକ ଦେବାଶିଷ ବେହେରା,ସରୋଜିନୀ ବନଛୋର,ଝୁନୁ ତ୍ରିପାଠୀ, ସୌଭାଗିନୀ ପଟେଲ,ବଳରାମ ହୋତା,ଭୋଳାଶଙ୍କର ମହତ୍ତମ, କ୍ଷିତୀଶ ବାଗ,ଜେମାଦେଇ ବଗର୍ତି,ପ୍ରଜ୍ଞା ପଟ୍ଟନାୟକ,କିଶୋର ଦାସ, ନନ୍ଦିତା ପ୍ରଧାନ,ସ୍ୱସ୍ତିକା ନାୟକ ଏବଂ ସଂଯୁକ୍ତା ପ୍ରଧାନ,ଅମିତାଭ ମାଝୀଙ୍କ ସହ ତମ୍ମନା ଫାଉଣ୍ଡେସନ ଏବଂ ପଶ୍ଚିମାଞ୍ଚଲ ଏକତା ମଞ୍ଚର ସମସ୍ତ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ଉପସ୍ଥିତ ଥିଲେ l ପ୍ରତିଯୋଗିତାରେ ସୁଦାମ ପଣ୍ଡା ଏବଂ ଦେବାଶିଷ ପ୍ରଧାନ ବିଚାରକ ଦାୟିତ୍ୱ ତୁଲାଇଥିଲେ l

error: Content is protected !!