
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗ୍ରିଣ୍ଡୋଲମାଲ ଗ୍ରାମର ଦେବଦତ୍ତ କ୍ଲବ ସମ୍ପାଦକ ତଥା ସମାଜସେବୀ କାହ୍ନୁଚରଣ ମାଝୀଙ୍କ ମା ଲତା ମାଝୀଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶୁକ୍ରବାର ସକାଳ ସମୟରେ ନିଜ ବାସ ଭବନରେ ତାଙ୍କ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଯାଇଛି ।ଅଞ୍ଚଳରେ ପରିଚିତ ଧର୍ମପରାୟଣ, ସଦାଚାରୀ ଓ ସମାଜସେବାରେ ନିବେଶିତ ଲତାଙ୍କ ଆକସ୍ମିକ ପରଲୋକ ଘଟିଛି। ତାଙ୍କ ପରଲୋକ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସାରା ଜୀବନ ଧର୍ମ, ସତ୍ୟ ଓ ସେବାକୁ ନିଜର ଜୀବନ ମନ୍ତ୍ର ଭାବେ ଗ୍ରହଣ କରିଥିବା ସେ ମହିଳା ପ୍ରତିଦିନ ପୂଜା ପାଠ, ଭଜନ କୀର୍ତ୍ତନ ସହ ସମାଜର ଦୁଃଖୀ ଗରିବ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରୁଥିଲେ। ତାଙ୍କ ସରଳ ଜୀବନଶୈଳୀ ଓ ମୃଦୁ ବ୍ୟବହାର ସମସ୍ତଙ୍କ ହୃଦୟ ଜିତିଥିଲା। ତାଙ୍କ ମୃତ୍ୟୁ ବେଳେ ପୁଅ ଭଗବାନ,ହରିହର ,କାହ୍ନୁ ଚରଣ,ବେଣୁଧର , ବୋହୁ, ନାତି, ନାତୁଣୀ, ଝିଅ, ଜ୍ୱାଇଁ ଉପସ୍ଥିତ ଥିବା ବେଳେ ଗ୍ରାମର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଲତାଙ୍କ ଶେଷ ଦର୍ଶନ କରିଥିଲେ । ପରେ ଶ୍ମଶାନରେ ଶବ ସତ୍କାର କରାଯାଇଥିବା ବେଳେ ବଡ଼ ପୁଅ ଚତୁର୍ଭୁଜ ମୁଖାଗ୍ନି ଦେଇଥିଲେ ।



