Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସମାଜସେବା କ୍ଷେତ୍ରରେ ସରେଇକେଲା ଚନ୍ଦନ ଯାତ୍ରାରେ ସମ୍ବର୍ଦ୍ଧିତ ହେଲା ସାମାଜିକ ଅନୁଷ୍ଠାନ ସହଯୋଗ ।

ସମାଜସେବା କ୍ଷେତ୍ରରେ ସରେଇକେଲା ଚନ୍ଦନ ଯାତ୍ରାରେ ସମ୍ବର୍ଦ୍ଧିତ ହେଲା ସାମାଜିକ ଅନୁଷ୍ଠାନ ସହଯୋଗ ।

ପଦ୍ମପୁର – ଆମେ ଆପଣଙ୍କ ସହିତ ରହିଛୁ ” ମନ୍ତ୍ରରେ ଅଭିମନ୍ତ୍ରିତ ପଦ୍ମପୁର ର ସାମାଜିକ ଅନୁଷ୍ଠାନ “ସହଯୋଗ” । ସମାଜ ର ରୋଗୀ ଦୁଃଖୀ ଙ୍କ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟ ପଥରେ ସହଯୋଗ ସର୍ବଦା ସମର୍ପିତ। ସହଯୋଗ ଓ ସମର୍ପଣଭାବ ନେଇ କର୍ତ୍ତବ୍ୟ ପଥରେ ଆଗେଇ ଚାଲି ସାଉଁଟୁଛି ପ୍ରଶଂସା। ନିୟମିତ ଅସହାୟ ରୋଗୀ ଙ୍କୁ ରକ୍ତଦାନ, ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ଆୟୋଜନ କରିବା ସହ ବିଭିନ୍ନ ଵୃଦ୍ଧାଶ୍ରମ କୁ ଯାଇ ନିତ୍ୟ ଆବଶ୍ୟକ ସାମଗ୍ରୀ ସହ ରାସନ ପ୍ରଦାନ କରୁଛନ୍ତି ।

ସହଯୋଗ ଅନୁଷ୍ଠାନ ର ସଦସ୍ୟମାନେ ନିଜ କାର୍ଯ୍ୟରେ ସୀମିତ ନ ରହି ଦୀନ ଦୁଃଖୀ ଅସହାୟ ଓ ରୋଗୀ ଙ୍କ ସମାଜସେବାରେ ଲାଗିଛନ୍ତି।ଏହି ଅନୁଷ୍ଠାନ ର ସମାଜ ପ୍ରତି ଥିବା କାର୍ଯ୍ୟ, ପ୍ରତିବଦ୍ଧତା କୁ ଭୁୟସୀ ପ୍ରଶଂସା କରିବା ସହ ଅନୁଷ୍ଠାନ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସରେଇକେଲା ଗ୍ରାମବାସୀ ଗାଁ ରେ ଅନୁଷ୍ଠିତ ଚନ୍ଦନ ଯାତ୍ରା ମହୋତ୍ସବ ଅବସରରେ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନା ଉତ୍ସବ ରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ରେ ସଭାପତି ମୌସମ ପାଗଡା, ସମ୍ପାଦକ ତାପସ କୁମାର ନାୟକ ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ଗ୍ରାମବାସୀ ସମ୍ବର୍ଦ୍ଧନା ଦେଇଥିଲେ l

error: Content is protected !!