Saturday, March 7, 2026
Homeରାଜ୍ୟସମବାୟ ସମିତିରେ ମିଳୁନି ପର୍ଯ୍ୟାପ୍ତ ପରିମାଣର ସାର,ହେଲେ ଦୋକାନରେ ମିଲୁଛି କେମିତି ?

ସମବାୟ ସମିତିରେ ମିଳୁନି ପର୍ଯ୍ୟାପ୍ତ ପରିମାଣର ସାର,ହେଲେ ଦୋକାନରେ ମିଲୁଛି କେମିତି ?

କୃଷି ବିଭାଗର ସାର ଦୋକାନରେ ଚଢାଉ ନାଁ ଆର୍ଶୀବାଦ ଦ୍ୱନ୍ଦରେ ଚାଷୀ ।

କଳାବଜାରୀ ହେଉଥିବା ଚାଷୀ ଅଭିଯୋଗ କରୁଛି ,ହେଲେ କୃଷି ବିଭାଗର ହାତ ଖାଲି ।

ଚାଷୀ ଓ ଦୋକାନୀଙ୍କୁ ଖୁସି କରାଇବା ପାଇଁ ଲୋକ ଦେଖାଣିଆ ଚଢ଼ାଉ ।

ପଦ୍ମପୁର – ପଦ୍ମପୁର ଅଂଚଳରେ ସାରର ସଙ୍କଟ ଓ କଳାବଜାରୀ ଖବର ପ୍ରସାରଣ ପରେ କୃଷି ବିଭାଗ ତତ୍ପରତା ଦେଖାଇଛି । ପଦ୍ମପୁର କୃଷି ଜିଲ୍ଲା ଅଧିକାରୀ ପ୍ରଭାସ ଚନ୍ଦ୍ର ପାଣ୍ଡାଙ୍କ ନେତୃତ୍ୱରେ ଏକ ଛଅ ଜଣିଆ ଟିମ ଦିପ୍ତିପୁରର ଚନ୍ଦନ ବିହନ ଭଣ୍ଡାର, ସର୍ଗିବାହାଲର ବେହେରା ଫର୍ଟିଲାଇଜର, ସର୍ଗିବାହାଲର ସୁବର୍ଣ୍ଣଗ୍ରାହୀ ଫର୍ଟିଲାଇଜର, ମହୁଲପାଲିର ଇଶ୍ୱର ଫର୍ଟିଲାଇଜର,ପଦ୍ମପୁରର ମାଧବ ବିହନ ଭଣ୍ଡାର, ଦହିତାର ରାହୁଲ ଫର୍ଟିଲାଇଜର ଉପରେ ଚଢାଉ କରିଥିଲେ ।

ଚାଷୀଙ୍କ ଅଭିଯୋଗ ଅନୁସାରେ ପଦ୍ମପୁର ଅଂଚଳରେ କୃଷି ସମବାୟ ସମିତି ଗୁଡ଼ିକରେ ଚାଷୀଙ୍କ ଦରକାର ପରିମାଣର ସାର ଉପଲବ୍ଧ ହେଉନାହିଁ । ଫଳରେ ଚାଷୀ ମାନେ ବାଧ୍ୟ ହୋଇ ଦୋକାନରୁ କିଣୁଛନ୍ତି । କିନ୍ତୁ ଦୋକାନୀ ସରକାରୀ ମୂଲ୍ୟରେ ବିକ୍ରି ନ କରି ସରକାରୀ ମୂଲ୍ୟର ଦୁଇ ରୁ ତିନି ଗୁଣା ଅଧିକ ମୂଲ୍ୟରେ ବିକ୍ରି କରୁଥିବା ଚାଷୀ ମାନେ ଅଭିଯୋଗ କରୁଛନ୍ତି । ବିଲ ମାଗିଲେ ଚାଷୀଙ୍କୁ ସରକାରୀ ଦରର ବିଲ ପ୍ରଦାନ କରୁଥିବା ଚାଷୀ ଅଭିଯୋଗ କରୁଛନ୍ତି ।

ପରିବାର ପୋଷଣ ପାଇଁ ନିଜର ଫସଳ ବଂଚାଇବା ଆଶାରେ ଚାଷୀ ବାଧ୍ୟ ହୋଇ ଦୋକାନିର କଲାବଜାରୀର ଶିକାର ହୋଇ ମଧ୍ୟ ସାର କିଣୁଛନ୍ତି । ଯାହାକୁ କୃଷି ବିଭାଗ ଗୁରୁତ୍ୱର ସହ ନ ନେଇ ଖାମଖିଆଲି ଭାବରେ ଚଢାଉ ନାଁ ରେ ପରିଦର୍ଶନ କରୁଛନ୍ତି । ଦୋକାନୀ ଓ କୃଷି ବିଭାଗ ଅଧିକାରୀଙ୍କ ମିଳିତରେ ସାରର କଳାବଜାରୀ ଚାଲୁନାହିଁ ତ ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି । କୃଷି ବିଭାଗ ଅଧିକାରୀଙ୍କ ଏଭଲି ଚଢାଉକୁ କୃଷକ ମାନେ ନିନ୍ଦା କରିବା ସହ ସାର ସଙ୍କଟ ଦୂର କରିବା ପାଇଁ ପଦକ୍ଷେପ ନେବା ପାଇଁ ପ୍ରଶାସନକୁ ଦାବୀ କରିଛନ୍ତି ।

error: Content is protected !!