Wednesday, December 18, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସପ୍ତମ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ : ମହାରାଜା କଂସଙ୍କ ସମେତ ବିଭିନ୍ନ କଳାକାର ବରଣ l

ସପ୍ତମ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ : ମହାରାଜା କଂସଙ୍କ ସମେତ ବିଭିନ୍ନ କଳାକାର ବରଣ l

ପଦ୍ମପୁର-ଆସନ୍ତା ୧ ଫେବୃୟାରୀ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ ମହାରାଜ କଂସଙ୍କ ସମେତ ଅନ୍ଯାନ୍ଯ କଳାକାର ବରଣ କରାଯାଇଛି । କମିଟି ତରଫରୁ ଚୟନ ହୋଇଥିବା କଳାକାର ମାନଙ୍କୁ ପ୍ରଥମେ ବାଜା, ବାଣ ଫୁଟାଇ ଓ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରାଯାଇଥିଲା । ପରେ ଦେବଦର୍ହା ଶୈବମନ୍ଦିରର ପୂଜକ ଉପସ୍ଥିତିରେ ସମସ୍ତ କଲାକାର ଓ କମିଟି ସଦସ୍ଯ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା l

ଉଗ୍ରସେନ ଭୂମିକା ପାଇଁ ଶ୍ରୀଯୁକ୍ତ ଚୈତନ୍ୟ ସାହୁ , କଂସ ଭୂମିକା ପାଇଁ ଶ୍ରୀଯୁକ୍ତ ବିଜୟ କୁମାର ଦେବତା, ମହାମନ୍ତ୍ରୀ ଭୂମିକା ପାଇଁ ଶ୍ରୀଯୁକ୍ତ ସମ୍ପଦ କୁମାର ମେହେର ,ଅକୃର ଭୂମିକା ପାଇଁ ଶ୍ରୀଯୁକ୍ତ ବିରଥ ଭୋଇ , କେଶୀ ଭୂମିକା ପାଇଁ ଶ୍ରୀଯୁକ୍ତ ନବୀନ ଷଣ୍ଢ , ମଲ୍ଲ ଭୂମିକା ପାଇଁ ଶ୍ରୀଯୁକ୍ତ ଚୈଡ଼ ମେହେର , ସୁନାସ ଭୂମିକା ପାଇଁ ଶ୍ରୀଯୁକ୍ତ ରିଙ୍କୁ ମଲ୍ଲିକ , ଡ଼ଗର ଭୂମିକା ପାଇଁ ପିଣ୍ଟୁ ରଣାଙ୍କୁ ପଦ୍ମପୁର ନିକଟସ୍ଥ ପ୍ରସିଦ୍ଧ ଦେବଦର୍ହାର ଶୈବ ପୀଠ ଠାରେ ବରଣ କରାଯାଇଛି ।

ଏହି କଳାକାର ବରଣ କାର୍ଯ୍ୟକ୍ରମରେ କମିଟୀର ସମସ୍ତ ସଦସ୍ୟ ତଥା ଗୋଇବାହାଲି , କେର୍ମେଲାବାହାଲ , ଭଗତପୁର , ଗଣ୍ଡପାଲି , ଡୁଙ୍ଗୁରିପାଲି , ପଲସଦା , ଗୌର ଜୁରି , ଖଣ୍ଡସିବାଞ୍ଜି ,ତେତେଲ ଖୁଣ୍ଟିର ଭଦ୍ରବ୍ୟକ୍ତି ଉପସ୍ଥିତ ରହିଥିଲେ ।ଶେଷରେ ଅବରସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପିତାମ୍ବର ସାହୁ ଧନ୍ୟବାଦ ଦେଇ କଳାକାର ବରଣ କାର୍ଯ୍ୟକ୍ରମକୁ ସମାପନ କରିଥିଲେ l

error: Content is protected !!