Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସପ୍ତଦିବସିୟ ପୁରାଣ ଆଧାରିତ ଶିବବିବାହ ମହୋତ୍ସବ ।

ସପ୍ତଦିବସିୟ ପୁରାଣ ଆଧାରିତ ଶିବବିବାହ ମହୋତ୍ସବ ।

ବରପାଲି-ବରପାଲି ମହାନ୍ ପୌରାଣିକଶୀତଳ ଷଷ୍ଠୀ ଶିବ ବିବାହ ମହୋତ୍ସବ ୧୪୭ତମ ବର୍ଷରେ ପହଞ୍ଚିଯାଇଛି। ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ଯ ବିରାଟ ଆୟୋଜନ, ନୂତନ ମନୋରଞ୍ଜନ କାର୍ଯ୍ୟକ୍ରମ, ମନୋଜ୍ଞ ସାଜସଜ୍ଜା ସହ ଅଞ୍ଚଳର ବିଶିଷ୍ଟ ନୃତ୍ୟ, ଗୀତ, ନାଟକ ତ‌ଥା ବିଭିନ୍ନ ଆତସବାଜିର ଅପୂର୍ବ ସମାରୋହ ଅନୁଷ୍ଠିତ ହେବ। ଶନିବାର ଜ୍ୟେଷ୍ଠ ଶୁକ୍ଳପକ୍ଷ ଦ୍ବିତୀୟା ପତରପେଣ୍ଡି ହରପାର୍ବତୀ ଓ ନଟରାଜ ଶିବଙ୍କ ସ୍ନାନ ପରେ ଶତଆରତୀ ଅର୍ପଣ, ପ୍ରାର୍ଥନା, ଭୋଗ ସମର୍ପଣ ତଥା ରୁଦ୍ରଯଜ୍ଞର ଶୁଭାରମ୍ଭ ।ଦିବା ୧୨ଘ. ସମୟରେ ଅମୃତ ମଣୋହୀ ଭୋଗ ଅର୍ପଣ ଓ ପରେ ଶିବପାର୍ବତୀଙ୍କ ବିଶ୍ରାମ। ଅପରାହ୍ନ ଘ.୪.୫୦ମି. ମଧ୍ଯ ଆରତୀ, ପ୍ରାର୍ଥନା ପରେ ବାବା ଶ୍ରୀ ଶ୍ରୀ କପିଳେଶ୍ୱରଙ୍କ ତରଫରୁ ପାତ୍ରୀ କନ୍ୟା ମନୋନୟନ ପତରପେଣ୍ଡି ଶୋଭଯାତ୍ରା ବାହାରି ନଗର ପରିକ୍ରମା କରି, ହିମାଦ୍ରୀ ନଗର ଶିବାଜୀ କ୍ଲବ୍ ଠାରେ ପହଞ୍ଚୁବା ପରେ ପାତ୍ରୀ ମନୋନୟନ ଉତ୍ସବ ବୈଦିକ ରୀତିରେ ସମ୍ପନ୍ନ ହେବ ।

ରାତ୍ର ୧୦ଘ. ରୁ ସହରର ବିଭିନ୍ନ ସ୍ଥାନରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ । ରାତ୍ର ସମୟରେ ଯୋଗେଶ୍ୱର ବାବାଙ୍କ ମନ୍ଦିରରେ ମହାଦୀପ ସଂସ୍ଥାପନ । ରବିବାର ଜ୍ୟେଷ୍ଠ ଶୁକ୍ଳପକ୍ଷ ତୃତୀୟା ଭୈରବ ପରିକ୍ରମା ପ୍ରାତଃ ୬ଘ. ସମୟରେ ଶିବପାର୍ବତୀ ଓ ନଟରାଜ ଶିବଙ୍କ ସ୍ନାନ ପରେ ଧୂପ, ଶତ ଆରତୀ ସମାପନାନ୍ତେ ପ୍ରାର୍ଥନା ଓ ଭକ୍ତମାନଙ୍କ ଦ୍ବାରା ଭୋଗ ସମର୍ପଣ । ଦିବା ୧୨ଘ. ସମୟରେ ଭଣ୍ଡାରଗୃହ ତରଫରୁ ଅନ୍ନଭୋଗ ସମର୍ପଣ ଓ ହରପାର୍ବତୀଙ୍କ ବିଶ୍ରାମ । ସନ୍ଧ୍ୟା ଘ.୫.୩୦ମି. ସମୟରେ ଶତଆରତୀ, ଭକ୍ତବୃନ୍ଦଙ୍କ ଦ୍ବାରା ଭୋଗ ଅର୍ପଣ । ସନ୍ଧ୍ୟା ଘ.୬.୩୫ମି. ଗତେ କପିଳେଶ୍ୱରଦେବଙ୍କ ତରଫରୁ ଦେବନିମନ୍ତ୍ରଣ ପାଇଁ ଭୈରବ ବାବାଙ୍କ ଶୋଭଯାତ୍ରା ଭୈରୋବୁଲା ଭଣ୍ଡାରଗୃହରୁ ଶୁଭାରମ୍ଭ ।ରାତ୍ର ଘ.୧୦ ରୁ ସହରର ବିଭିନ୍ନ ସ୍ଥାନରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ।

ରାତ୍ର ସମୟରେ ରାମେଶ୍ଵର ମନ୍ଦିରରେ ମହାଦୀପ ସଂସ୍ଥାପନ । ସୋମ‌ବାର ଜ୍ୟେଷ୍ଠ ଶୁକ୍ଳପକ୍ଷ ଉମା ଚତୁର୍ଥୀ ବରାନୁଗମନପ୍ରାତଃ ୬ଘ. ସମୟରେ ହରପାର୍ବତୀ ଓ ନଟରାଜ ଶିବଙ୍କ ସ୍ନାନ । ଭକ୍ତବୃନ୍ଦଙ୍କ ପ୍ରାର୍ଥନା, ଆରତୀ ଓ ଭୋଗ ସମର୍ପଣ। ସକାଳ ଘ.୮.୩୦ମି. ସମୟରେ ଶିବପାର୍ବତୀଙ୍କ ଅମୃତ ମଣୋହୀ ଅନ୍ନଭୋଗ ଅର୍ପଣ, ଚଳିତ ବର୍ଷର ବୈବାହିକ କାର୍ଯ୍ୟକ୍ରମ ଗଣ୍ଠିଆଳ ଫିଟା ଶୋଭାଯାତ୍ରା ସକାଳ ଘ.୮.୫୦ମି. ଗତେ ଭଣ୍ଡାରଗୃହରୁ ବାହାରି ବିଗତ ବର୍ଷର କନ୍ୟାପିତା ଶ୍ରୀ ରାଜଗୋପାଳ ଦାଶ, ତହସିଲ ଛକ ଶୈବଭକ୍ତବନ୍ଦଙ୍କ ଦ୍ବାରା ବୈଦିକ ରୀତିରେ ଗଣ୍ଠିଆଳ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହେବ। ଉଭୟ ମଣ୍ଡପରେ ଭଣ୍ଡାରଗୃହ ଓ ହିମାଦ୍ରୀ ନଗର ଦିବା ୧ଘ. ଗତେ ପ୍ରାଥମିକ ମାଙ୍ଗଳିକ କୃତ୍ୟ ଗଣସନ ତୈଳାଭିଷେକ କାର୍ଯ୍ୟକ୍ରମ ସମାପନ ଏବଂ ଶୋଭାଯାତ୍ରା ମାଧ୍ଯମରେ ସର୍ବସାଧାରଣଙ୍କୁ ପବିତ୍ର ତେଳହଳଦୀ ବିତରଣ । ଅପରାହ୍ନ ସମୟରେ ଭଣ୍ଡାରଗୃହରୁ ପ୍ରଥମ ଅଳଙ୍କାର ଧାରଣ ପାଟମୁଦି ଶୋଭାଯାତ୍ରା ବାହାରି ହିମାଦ୍ରୀ ନଗର ସମ୍ମୁଖରେ ପହଞ୍ଚିବ ।

ଜଗତଜନନୀ ମାଁ ପାର୍ବତୀଙ୍କୁ ଅଳଙ୍କାରଧାରଣ କରାହେବ । ସନ୍ଧ୍ୟା ସମୟରେ ବାବା କପିଳେଶ୍ୱର ଦେବ ଓ ନଟରାଜ ଶିବଙ୍କ ଶତଆରତୀ, ପୂଜନ, ପ୍ରାର୍ଥନା ଓ ଭକ୍ତଗଣଙ୍କ ଭୋଗ ସମର୍ପଣ। ରାତ୍ର ସମୟରେ ହିମାଦ୍ରୀ ନଗର ଶୈବଭକ୍ତ ବୃନ୍ଦଙ୍କ ପକ୍ଷରୁ ନିମନ୍ତ୍ରଣ ବରଧରା ଶତ ଆରତୀ ପରେ ରାତ୍ର ୧୦ଘ. ଗତେ ଘ.୧୦.୩୦ମି. ମଧେ ଦେବ ଦେବ ମହାଦେବ ବାବା କପିଳେଶ୍ଵରଙ୍କ ବରାନୁଗମନ ବିରାଟ ଶୋଭାଯାତ୍ରା ସହ ବାହାରି ନଗର ପରିକ୍ରମା କରି ପ୍ରାତଃ ସମୟରେ କନ୍ୟାପିତାଙ୍କ ଦ୍ୱାରା ନିମନ୍ତ୍ରଣ ବାଟବରଣ କରାଯାଇ ହିମାଦ୍ରୀ ନଗର ବିବାହ ମଣ୍ଡପରେ ବାବା କପିଳେଶ୍ଵର ଦେବଙ୍କ ପ୍ରବେଶ। ରାତ୍ର ସମୟରେ ବସ୍ତିର ମୂଖ୍ଯ ଛକ ସ୍ଥାନରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ରାତ୍ର ୧୨ଘ. ସମୟରେ ନୀଳକଣ୍ଠେଶ୍ବର ମନ୍ଦିରରେ ମହାଦୀପ ସଂସ୍ଥାପନ ।୧୧ତାରିଖ ମଙ୍ଗଳବାର ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ବିବାହ ବୈଠକୀ ଯାତ୍ରା ପ୍ରାତଃ ୬ଘ. ସମୟରେ ଭଣ୍ଡାରଗୃହରେ ନଟରାଜ ଶିବଙ୍କ ଶତଆରତୀ ଓ ପ୍ରାର୍ଥନା ।ବିବାହ ମଣ୍ଡପରେ ଶିବପାର୍ବତୀଙ୍କ ବିବାହ ଆରମ୍ଭ ହୋଇ ଦିବା ଘ.୧୨.୨୨ମି. ଗତେ ଘ.୧୨.୩୬ମି. ମଧେ ବିବାହ ପାଣିଗ୍ରହଣ ହସ୍ତବନ୍ଧନ କାର୍ଯ୍ୟକ୍ରମ ସମ୍ପନ୍ନ ।ଅପରାହ୍ନ ୫ଘ. ରାଜବାଟୀ ସମ୍ମୁଖରେ ଶୀତଳ ଷଷ୍ଠୀ ଯାତ୍ରା କମିଟୀ, ବରପାଲି ତରଫରୁ ଅନ୍ନପ୍ରସାଦ ବଣ୍ଟନ । ରାତ୍ର ୧୦ଘ. ରୁ ବରପାଲି ବସ୍ତିର ମୁଖ୍ୟ ଛକ ସ୍ଥାନରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ।ରାତ୍ର ୧୨ଘ. ସମୟରେ ପଶ୍ଚିମ ସୋମନାଥ ମନ୍ଦିରରେ ମହାଦୀପ ସଂସ୍ଥାପନ ।୧୨ତାରିଖ ବୁଧବାର ଜ୍ୟେଷ୍ଠ ଶୁକ୍ଳପକ୍ଷ ଷଷ୍ଠୀ ପାର୍ବତୀଙ୍କ ଶ୍ଵଶୁରାଳୟ ଆଗମନ ଲମ୍ବାନୀପ୍ରାତଃ ୬ଘ. ସମୟରେ ନଟରାଜ ଶିବଙ୍କ ଶତଆରତୀ, ପୂଜନ ଓ ପ୍ରାର୍ଥନା । ସକାଳ ଘ.୯.୪୦ମି. ଗତେ ଯାତ୍ରା କମିଟୀ ଦ୍ୱାରା ହାକରା ଭାର ଶୋଭାଯାତ୍ରା ବାହାରି ହିମାଦ୍ରୀ ନଗର ଠାରେ ପହଞ୍ଚୁ ମହାସତୀ ମାଁ ପାର୍ବତୀଙ୍କୁ ଶ୍ୱଶୁରାଳୟ ଆଗମନ ପାଇଁ ପ୍ରାର୍ଥନା ଓ ଶତଆରତୀ ଅର୍ପଣ ।

ମଧ୍ୟାହ୍ନ ଘ.୧.୩୫ମି. ଗତେ ରୁଦ୍ରଯଜ୍ଞର ପୂର୍ଣାହୁତି । ଅପରାହ୍ନ ୪ ଘ. ଗତେ ଘ.୫.୨୦ ମି. ମଧେ ଉପଢୌକନ ସହ ଜଗତ୍ ଜନନୀ ମାଁ ପାର୍ବତୀଙ୍କ ଶ୍ୱଶୁରାଳୟ ଆଗମନ ଶୋଭାଯାତ୍ରା ହିମାଦ୍ରୀ ନଗରରୁ ବାହାରି ଭଣ୍ଡାରଗୃହ ନୃପରାଜ କ୍ଲବ୍ ଠାରେ ମଧ୍ୟରାତ୍ରରେ ପହଞ୍ଚୁବ ଓ ରାଜବାଟୀ ସମ୍ମୁଖରେ ଭକ୍ତବୃନ୍ଦଙ୍କ ଦ୍ବାରା ସହସ୍ର ଆରତୀ ପ୍ରଦାନ ପୂର୍ବକ ସାଗତ ସମ୍ବର୍ଦ୍ଧନା । ସନ୍ଧ୍ୟା ୭ଘ. ସମୟରେ ନଟରାଜ ଶିବଙ୍କୁ ଶତଆରତୀ, ପୂଳନ ଓ ପ୍ରାର୍ଥନା ।ରାତ୍ର ୧୦ଘ. ରୁ ବସ୍ତିର ବିଭିନ୍ନ ସ୍ଥାନରେ ନାଟକ ଓ ସଙ୍ଗୀତ ପରିବେଷଣ ।ରାତ୍ର ୧ଘ. ଗତେ ଘ.୨.୪୦ ମି. ମଧେ ଭଣ୍ଡାରଗୃହ ସମ୍ମୁଖରେ ଭକ୍ତମାନଙ୍କ ଦ୍ବାରା କର୍ପୁର ଆରତୀ ସମର୍ପଣ, ପ୍ରତ୍ୟାବର୍ତ୍ତନ ଲମ୍ବାନୀ ଶୋଭାଯାତ୍ରା ଆରମ୍ଭ । ସକାଳ ୭ଘ. ସମୟରେ ଗଙ୍ଗାଧର କଲ୍ୟାଣ ମଣ୍ଡପ ସମ୍ମୁଖରେ ବିରତି ।୧୩ତାରିଖ ଗୁରୁବାର ଜ୍ୟେଷ୍ଠ ଶୁକ୍ଳପକ୍ଷ ସପ୍ତମୀ ଶୀତଳ ଷଷ୍ଠୀ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ପ୍ରାତଃ ୬ଘ. ସମୟରେ ନଟରାଜ ଶିବଙ୍କ ଆରତୀ, ପୂଜନ ଓ ପ୍ରାର୍ଥନା । ସକାଳ ଘ.୯.୪୦ମି. ଗତେ ଶିବପାର୍ବତୀଙ୍କ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଆରମ୍ଭ, ବସ୍ତି ପରିକ୍ରମା, ଭୋଗ ଅର୍ପଣ, ପୂଜନ ଓ ଆରତୀ I ଅପରାହ୍ନ ୫ଘ. ସମୟରେ ରାଜବାଟୀ ସମ୍ମୁଖରେ ପରଭା ଅବତରଣ । ଶିବପାର୍ବତୀଙ୍କୁମହତୀଭୋଗ ଅର୍ପଣ ଓ ରାତ୍ର ଘ.୧୦.୩୦ମି. ମଧେ ମନ୍ଦିର ପ୍ରବେଶ ଓ ବିରତି । ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟୀ ପକ୍ଷରୁଆଜି ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ‘ଶକ୍ତି ରୁଦ୍ରଯଜ୍ଞ’ ସମଲେଶ୍ବରୀ ମନ୍ଦିର ସମୁଖରେ ଅନୁଷ୍ଠିତ ହେବ ।

error: Content is protected !!