ବରପାଲି-ବରପାଲି ବ୍ଳକ ବୁରୋମୁଣ୍ଡା ଗ୍ରାମରେ ଜୈନେକ ଯୁବକର ମୃତଶରିର ପୋଲିସ ସହାୟତାରେ ଉଦ୍ଧାର ହୋଇଯାଇଛି। ମୃତ୍ୟୁର କାରଣ ସ୍ବଷ୍ଟ ହୋଇନଥିଲେ ମଧ୍ୟ ପରିବାର ଲୋକେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ବୁରୋମୁଣ୍ଡା ଗ୍ରାମର ଭାନୁ ସୁନ୍ଦର ମେହେରଙ୍କ ବଡ ପୁଅ ହେମନ୍ତ ମେହେର(୧୯)ଙ୍କ ମୃତ ଶରିର ତାଙ୍କର ନିଜ ଧାନଖଳା ଅସ୍ଥାୟୀ ଘରେ ପଡିଥିବା ଗ୍ରାମବାସୀ ଓ ପରିବାର ଲୋକେ ଆଜି ସକାଳୁ ଦେଖିଥିଲେ ।

ପରେ ପରିବାର ଲୋକେ ବିଜୟପଲ୍ଲୀ ଫାଣ୍ଡି ଅଧିକାରୀ ଓ ବରପାଲି ଥାନାଧିକାରୀ ଜୟାରଶ୍ମି ସେଠୀଙ୍କୁ ଜଣାଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସନ୍ଧାନୀ କୁକୁରଓ ସାଇଣ୍ଟିଫିକ ଦଳର ସହାୟତା ନେଇଥିଲେ। ପୋଲିସ ମୃତଶରିରକୁ ଉଦ୍ଧାର କଲାପରେ ବ୍ୟବଚ୍ଛେଦ ପାଇଁ ବରଗଡକୁ ପଠାଇଥିଲା। ଘଟଣାସ୍ଥଳରେ ମୄତକର ପାରିପାଶ୍ବିକ ଅବସ୍ଥିତିକୁ ନେଇ ଗ୍ରାମରେ ବିଭିନ୍ନ କଥା ମାନ ଶୁଣିବାକୁ ମିଳିଥିଲା।



