
ପଦ୍ମପୁର – ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହା ପରିସରରେ ଏକ ଉତ୍ସବମୟ ପରିବେଶରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ–୨୦୨୫ ଜନସାମାଗମ ଓ ଉତ୍ସାହମୟ ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କ ଉପସ୍ଥିତି କ୍ରୀଡା ପ୍ରତିଯୋଗିତାକୁ ଜୀବନ୍ତ କରିଥିଲା। ପ୍ରଥମେ ବିଦ୍ୟାଳୟର ସ୍ବେଛାସେବୀ ଛାତ୍ରମାନେ ନିକଟସ୍ଥ ପ୍ରସିଦ୍ଧ ଶିବ ମନ୍ଦିରରେ ପୂଜା ଓ ଦୀପ ପ୍ରଜ୍ବଳନ କରି ବାଦ୍ୟଯନ୍ତ୍ରସହ ମଶାଲ ଧରି ବିଦ୍ୟାଳୟର କ୍ରୀଡା ପ୍ରାନ୍ତର ପର୍ଯନ୍ତ ଧାଵମାନ ଅବସ୍ଥାରେ ପହଂଚିଥିଲେ । ଏହି ଉତ୍ସବର ଶୁଭାରମ୍ଭ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରେମାନନ୍ଦ ବେହେରାଙ୍କ ନେତୃତ୍ୱରେ ବାତାୟନ ଖୋଲିବା, ଦୀପ ପ୍ରଜ୍ୱଳନ ଓ କ୍ରୀଡା ପତାକା ଉତ୍ତୋଳନ ଦ୍ୱାରା ହୋଇଥିଲା । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ବୁରୋମୁଣ୍ଡାରୁ ସହଯୋଗୀଭାବେ ଆସିଥିବା କ୍ରୀଡା ଶିକ୍ଷକ ଶ୍ରୀ ମନୋଜ କୁମାର ପାଢ଼ୀଙ୍କୁ ସମସ୍ତ ଛାତ୍ରଛାତ୍ରୀ ତାଳି ମାରି ସ୍ୱାଗତ ଜଣେଇଥିଲେ । ଶ୍ରୀ ବେହେରା ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ, ଶୃଙ୍ଖଳା, ନୈତିକତା ଓ ସହଯୋଗୀତାର ମୂଲ୍ୟ ବିଷୟରେ ପ୍ରେରଣାଦାୟକ ଭାଷଣ ଦେଇ କ୍ରୀଡା ଉତ୍ସବର ଆରମ୍ଭ ଘୋଷଣା କରିଥିଲେ । ଏହି ଉତ୍ସବକୁ ସଫଳ କରିବାରେ ବିଦ୍ୟାଳୟର ପି.ଇ.ଟି. ଶିକ୍ଷକ ଶ୍ରୀ ଗୋବର୍ଦ୍ଧନ ମିଶ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ତାଙ୍କ ନିର୍ଦ୍ଦେଶନାରେ ସମୁଦାୟ ୧୧ ପ୍ରକାର ଖେଳ ଆୟୋଜିତ ହୋଇଥିଲା ଏବଂ ସେଥିରେ ୧୦୦ ଜଣ ପ୍ରତିଯୋଗୀ ଭାଗନେଇ ନିଜ ନିଜର ଭାଗ୍ୟ ପରଖିନେଇଥିବାର ସୁଯୋଗ ପାଇଥିଲେ ।

ଶିକ୍ଷୟିତ୍ରୀ ଚନ୍ଦନା ଚନ୍ଦ୍ରପ୍ରଭା ପ୍ରଧାନ, ରୋଶନୀ ଦେହେରୀ, ଶିକ୍ଷକ ହରିହର ସାହୁ, ଜିତେନ୍ଦ୍ରିୟ ଗିଙ୍ଗିରା,ବଳରାମ ଦେହେରୀ, ଦାଶରଥୀ ମହାନନ୍ଦ, ସଞ୍ଜୟ କୁମାର ଦେହେରୀ, ସୁଶାନ୍ତ ମେହେର, କନିଷ୍ଠ ସହାୟିକା ମୋନାଲିଶା ପାଣିଗ୍ରାହୀ ଓଆଦିତ୍ୟ ଦାଶ, ଶଶୀଭୂଷଣ ବାରିକ କ୍ରୀଡା କାର୍ଯ୍ୟକ୍ରମର ସୁସଂଘଟିତ ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିଥିଲେ। ଛାତ୍ରଛାତ୍ରୀମାନେ ବହୁତ ଉତ୍ସାହର ସହ ଯୋଗଦେଇଥିଲେ, ବିଦ୍ୟାଳୟ ପରିବେଶ ଦିନଟି ସାରା ହସଖୁସି, ହର୍ଷୋଲ୍ଲାସ ଓ ସ୍ୱାସ୍ଥ୍ୟକର ପ୍ରତିସ୍ପର୍ଦ୍ଧାର ମନୋଭାବରେ ଭରିଯାଇଥିଲା । ଉତ୍ସବର ସମାପନ ସମାରୋହରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରେମାନନ୍ଦ ବେହେରା କ୍ରୀଡା ସଂସ୍କୃତି ଓ ଶାରୀରିକ କ୍ରିୟାକଳାପର ଗୁରୁତ୍ୱ ବିଷୟକ ମୂଲ୍ୟବାନ ମତ ରଖିଥିଲେ। ସେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇ ବାର୍ଷିକ କ୍ରୀଡା ଉତ୍ସବର ସମାପନ ଘୋଷଣା କରିଥିଲେ। ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟର ଏହି କ୍ରୀଡା ଉତ୍ସବ ସମସ୍ତଙ୍କ ମନରେ ଏକ ସ୍ୱର୍ଣ୍ଣିମ ସ୍ମୃତି ଲେଖି ଯାଇଛି ।

ଶ୍ରୀ ବେହେରା ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ, ଶୃଙ୍ଖଳା, ନୈତିକତା ଓ ସହଯୋଗୀତାର ମୂଲ୍ୟ ବିଷୟରେ ପ୍ରେରଣାଦାୟକ ଭାଷଣ ଦେଇ କ୍ରୀଡା ଉତ୍ସବର ଆରମ୍ଭ ଘୋଷଣା କରିଥିଲେ । ଏହି ଉତ୍ସବକୁ ସଫଳ କରିବାରେ ବିଦ୍ୟାଳୟର ପି.ଇ.ଟି. ଶିକ୍ଷକ ଶ୍ରୀ ଗୋବର୍ଦ୍ଧନ ମିଶ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ତାଙ୍କ ନିର୍ଦ୍ଦେଶନାରେ ସମୁଦାୟ ୧୧ ପ୍ରକାର ଖେଳ ଆୟୋଜିତ ହୋଇଥିଲା ଏବଂ ସେଥିରେ ୧୦୦ ଜଣ ପ୍ରତିଯୋଗୀ ଭାଗନେଇ ନିଜ ନିଜର ଭାଗ୍ୟ ପରଖିନେଇଥିବାର ସୁଯୋଗ ପାଇଥିଲେ । ଶିକ୍ଷୟିତ୍ରୀ ଚନ୍ଦନା ଚନ୍ଦ୍ରପ୍ରଭା ପ୍ରଧାନ, ରୋଶନୀ ଦେହେରୀ, ଶିକ୍ଷକ ହରିହର ସାହୁ, ଜିତେନ୍ଦ୍ରିୟ ଗିଙ୍ଗିରା,ବଳରାମ ଦେହେରୀ, ଦାଶରଥୀ ମହାନନ୍ଦ, ସଞ୍ଜୟ କୁମାର ଦେହେରୀ, ସୁଶାନ୍ତ ମେହେର, କନିଷ୍ଠ ସହାୟିକା ମୋନାଲିଶା ପାଣିଗ୍ରାହୀ ଓଆଦିତ୍ୟ ଦାଶ, ଶଶୀଭୂଷଣ ବାରିକ କ୍ରୀଡା କାର୍ଯ୍ୟକ୍ରମର ସୁସଂଘଟିତ ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିଥିଲେ। ଛାତ୍ରଛାତ୍ରୀମାନେ ବହୁତ ଉତ୍ସାହର ସହ ଯୋଗଦେଇଥିଲେ, ବିଦ୍ୟାଳୟ ପରିବେଶ ଦିନଟି ସାରା ହସଖୁସି, ହର୍ଷୋଲ୍ଲାସ ଓ ସ୍ୱାସ୍ଥ୍ୟକର ପ୍ରତିସ୍ପର୍ଦ୍ଧାର ମନୋଭାବରେ ଭରିଯାଇଥିଲା । ଉତ୍ସବର ସମାପନ ସମାରୋହରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରେମାନନ୍ଦ ବେହେରା କ୍ରୀଡା ସଂସ୍କୃତି ଓ ଶାରୀରିକ କ୍ରିୟାକଳାପର ଗୁରୁତ୍ୱ ବିଷୟକ ମୂଲ୍ୟବାନ ମତ ରଖିଥିଲେ। ସେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇ ବାର୍ଷିକ କ୍ରୀଡା ଉତ୍ସବର ସମାପନ ଘୋଷଣା କରିଥିଲେ। ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟର ଏହି କ୍ରୀଡା ଉତ୍ସବ ସମସ୍ତଙ୍କ ମନରେ ଏକ ସ୍ୱର୍ଣ୍ଣିମ ସ୍ମୃତି ଲେଖି ଯାଇଛି ।



