Saturday, March 7, 2026
Homeରାଜ୍ୟସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହାରେ ନୂତନପ୍ରଧାନ ଶିକ୍ଷକଙ୍କ ଭବ୍ୟ ସ୍ୱାଗତ ।

ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହାରେ ନୂତନପ୍ରଧାନ ଶିକ୍ଷକଙ୍କ ଭବ୍ୟ ସ୍ୱାଗତ ।

ପଦ୍ମପୁର-ନୂତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଡକ୍ଟର ପ୍ରେମାନନ୍ଦ ବେହେରାଙ୍କ ଯୋଗଦାନ ଅବସରରେ ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହାଠାରେ ଏକ ଉଷ୍ମ ସ୍ୱାଗତ ସଭାର ଆୟୋଜନ କରାଯାଇଥିଲା। ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇବା ପାଇଁ ଏକତ୍ରିତ ହୋଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅରୁଣ କୁମାର ବନିଆ ପୁଷ୍ପଗୁଚ୍ଛ ସହିତ ଉପଢୌକନ ପ୍ରଦାନ କରି ସ୍ୱାଗତ ଭାଷଣ ଆରମ୍ଭ କରିଥିଲେ, ଯେଉଁଥିରେ ନୂତନ ପ୍ରଧାନ ଶିକ୍ଷକଙ୍କ ସଫଳତା ଏବଂ ଅବଦାନ ଉପରେ ଆଲୋକପାତ କରିଥିଲେ। ପ୍ରଧାନ ଶିକ୍ଷକ ଡକ୍ଟର ବେହେରା ତାଙ୍କ ଭାଷଣରେ, ଏହି ଭବ୍ୟ ସ୍ୱାଗତ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ ।

ଛାତ୍ରଛାତ୍ରୀ ମାନଙ୍କର ଶୈକ୍ଷିକମାନ, ଶୃଙ୍ଖଳା ଏବଂ ସାମଗ୍ରିକ ବିକାଶ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଜମରତଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯକ୍ରମକୁ ଚନ୍ଦନା ଚନ୍ଦ୍ରପ୍ରଭା ପ୍ରଧାନ, ରୋଶନୀ ଦେହେରୀ, ଜିତେନ୍ଦ୍ରିୟ ଗିଙ୍ଗିରା, ଦାଶରଥୀ ମହାନନ୍ଦ, ବଳରାମ ଦେହେରୀ, ଗୋବର୍ଦ୍ଧନ ମିଶ୍ର, ସଞ୍ଜୟ ଦେହେରୀ, ସୁସାନ୍ତ ମେହେର, ମୋନାଲିସା ପାଣିଗ୍ରାହୀ, ଆଦିତ୍ୟ ଦାଶ, ଶଶୀଭୁଷଣ ବାରିକ୍ ସୁଚାରୁରୂପେ ତୁଲାଇଥିଲେ। ପରିଶେଷରେ ଶ୍ରୀ ହରିହର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ସଭା ସାଙ୍ଗ କରାଯାଇଥିଲା ।

error: Content is protected !!