Wednesday, June 18, 2025
spot_imgspot_imgspot_img
Homeଅଘଟଣସତୁରୀ ଲିଟର ରନ୍ଧା ମଦ ସହ ଜଣେ ମହିଳା ମଦ ବିକ୍ରେତା ଗିରଫ ।

ସତୁରୀ ଲିଟର ରନ୍ଧା ମଦ ସହ ଜଣେ ମହିଳା ମଦ ବିକ୍ରେତା ଗିରଫ ।

ପଦ୍ମପୁର-ପଦ୍ମପୁର ଅବକାରୀ ଥାନା ଇନ୍ସପେକ୍ଟର ପଦ୍ମପୁର ଅଂଚଳରେ ଚୋରା ମଦ ଚାଲାଣ ରୋକିବା ପାଇଁ ବିଭିନ୍ନ ସମୟରେ ଚଢାଉ କରୁଛନ୍ତି । ରନ୍ଧାମଦ ବିକ୍ରି କରୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ପଦ୍ମପୁର ଅବକାରୀ ଥାନା ଇନ୍ସପେକ୍ଟର ସମରଜିତ ଦାଶଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ଅବକାରୀ ଥାନା ଅଧିକାରୀ ଲକ୍ଷ୍ମୀଧର ମାଝୀଙ୍କ ନେତୃତ୍ୱରେ ଗୋଟିଏ ଟିମ ଗାଇସିଲାଟ ଥାନା ରାଇସଲପଦର ଗାଁ ରେ ଚଢାଉ କରିଥିଲେ । ଏହି ଚଢାଉରେ ରାଇସଲପଦର ଗାଁ ର ରିଙ୍କି ସାହୁଙ୍କ ଠାରୁ ୭୦ ଲିଟର ରନ୍ଧାମଦ ଜବତ କରିଥିଲେ । ଏହି ସଂକ୍ରାନ୍ତରେ ପଦ୍ମପୁର ଅବକାରୀ ଥାନାରେ ଏକ ମାମଲା ରୁଜୁ କରି ରିଙ୍କି ସାହୁଙ୍କୁ କୋର୍ଟ ଚାଳାଣ କରାଯାଇଥିବା ପଦ୍ମପୁର ଅବକାରୀ ଥାନା ଇନ୍ସପେକ୍ଟର ସମରଜିତ ଦାଶ ସୂଚନା ଦେଇଛନ୍ତି ।

error: Content is protected !!