ବରପାଲି – ସମାଜ ଖବରକାଗଜ ସଂସ୍କରଣ ସହ ସମ୍ପାଦକ ଯୋଗେଶ ବଢ଼େଇଙ୍କ ବାପା ତଥା ବରପାଲି ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ବିବତ୍ସ ବଢ଼େଇ (୭୬)ଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି । ସେ ଜଣେ ମେଳାପୀ, ଧର୍ମ ପରାୟଣ,ପରପୋକାରି ବ୍ୟକ୍ତି ଭାବେ ଲୋକଙ୍କ ବେଶ ଜଣାଶୁଣା ହୋଇଥିଲେ । ଶାରୀରିକ ଅସୁସ୍ଥତା କାରଣରୁ ବୁର୍ଲାରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ନିଜ ବାସଭବନରେ ବିୟୋଗ ଘଟିଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପରିବାର ଲୋକଙ୍କ ସମେତ ଆଖପାଖ ପଡୋଶି ବନ୍ଧୁବାନ୍ଧବ ଉପସ୍ଥିତ ରହିଥିଲେ ।

ଖବରଟି ପ୍ରାସାରଣ ହେଲାପରେ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାମ୍ବାଦିକ ସମାଜସେବୀ ମାନଙ୍କ ଭିଡ ଲାଗି ରହିଥିଲା। ତାଙ୍କର ଜନ୍ମପିଠ ଗାଇସିଲେଟ ବ୍ଲକ କଟାବାହାଲ ପଞ୍ଚାୟତ ପରମାନନ୍ଦପୁର ଗାଁ ଶ୍ମଶାନ ଘାଟରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଏକମାତ୍ର ପୁଅ ଯୋଗେଶ ବଢେଇ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ବଢ଼େଇଙ୍କ ବିୟୋଗରେ ପରିଚିତ ମହଲତଥା ଅଞ୍ଚଳରେ ଗଭୀର୍ ଶୋକ ପ୍ରକାଶ ପାଇଥିଲା ।


