ବରଗଡ-ସଂଯୁକ୍ତ କିସାନ ମୋର୍ଚ୍ଚାର ଦୁଇଦିନଆଁ ପୂର୍ବାଂଚଳ ରାଜ୍ୟ ଯଥା ଓଡିଶା, ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ସମୂହର ଏକ ସମନ୍ୱୟ ବୈଠକ କୋଲକାତାର ଶିଆଳଦାସ୍ଥିତ ମୌଲାଲି ଯୁବକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଜାତୀୟ ନେତୃବୃନ୍ଦଙ୍କ ସମେତ ଉକ୍ତ ଚାରି ରାଜ୍ୟର ୬୨ ଗୋଟି କୃଷକ ସଂଗଠନର ଦୁଇ ଶହରୁ ଉର୍ଦ୍ଧ୍ଵ ସଦସ୍ୟ ଉପସ୍ଥିତ ଥିଲେ। ତିନୋଟି ପର୍ଯାୟରେ ଆଲୋଚନା ହୋଇଥଲା , ପ୍ରଥମେ କ୍ରିୟାନୁଷ୍ଠାନ କମିଟି ଦୀର୍ଘ ଦିନର ଐତିହାସିକ ୧୩ ମାସର ଆନ୍ଦୋଳନ ପ୍ରସଙ୍ଗରେ ଅବଗତ କରାଇ ସଂଯୁକ୍ତ କିସାନ ମୋର୍ଚ୍ଚା କେବଳ ପଞ୍ଜାବ, ହରିୟାଣାରେ ସୀମିତ ନୁହେଁ ଏବଂ ଭାରତବର୍ଷର ସମସ୍ତ ରାଜ୍ୟର ସମସ୍ତ କୃଷକ ସଂଗଠନ ଏଥିରେ ସାମିଲ ଥିବା ସୂଚନା ଦେଇଥିଲେ।
ଏବଂ ପୂର୍ବାଞ୍ଚଳ ରାଜ୍ୟ ସମନ୍ୱୟ ଉଦେଶ୍ୟରେ ଆସିଥିବା କୃଷକ ସଂଗଠନ ମାନେ ଚାଲିଥିବା ସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା, କୃଷିଜାତ ଦ୍ରବ୍ୟର ମୂଲ୍ୟ ଗ୍ୟାରେଣ୍ଟି ଆଇନ, ପ୍ରତେକ କୃଷକ ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦଶ ହଜାର ଟଙ୍କା, ସମସ୍ତ କୃଷକ ମାନଙ୍କ ଋଣ ଛାଡ଼, ବିଦ୍ୟୁତ ଘରୋଇକରଣ ଏବଂ ସ୍ମାର୍ଟ ମିଟର, ବିସ୍ଥାପନ, ଜଳସେଚନ, ବନ୍ୟ ପଶୁ ଦ୍ୱାରା ଫସଲ ନଷ୍ଟ, କୃଷିଜାତ ଦ୍ୱାବ୍ୟର ବଜାର ଓ ସଂରକ୍ଷଣ ଏବଂ କୃଷି କ୍ଷେତ୍ରକୁ କମ୍ପାନୀ କରଣ ବିରୋଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି ଆଗାମୀ ଦିନରେ ଏହି ସବୁ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନ କରିବା ନିଷ୍ପତ୍ତି କରାଗଲା।
ଏହି କାର୍ଯ୍ୟକ୍ରମ ରେ ଓଡିଶାରୁ ଆଠଟି ସଂଗଠନର ୧୪ ଜଣ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ସଂଯୁକ୍ତ କୃଷକ ସଂଗଠନ ତରଫରୁ ରମେଶ ମହାପାତ୍ର, ଲିଙ୍ଗରାଜ ପଧାନ, ଈଶାନ୍ତ ଭୋଇ, AIKMKS ପକ୍ଷରୁ ନିରାକାର ନାୟକ ଓ ଏଆଇକେସ ପକ୍ଷରୁ ଗୟାଧର ଧଳ, ସୁରେନ୍ଦ୍ର ଦାଶ, ମା ମାଟି ସୁରକ୍ଷା ମଞ୍ଚ ଉପେନ୍ଦ୍ର ଦ୍ରାବିଡ଼, ସୁମନ୍ତ ସୁନାନୀ, ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ସଦସ୍ୟ ଲିଙ୍ଗରାଜ ଆଜାଦ, କିସାନ ମଜଦୁର ପରିଷଦ ରାଜକିଶୋର ଦୁଲହରୀ, ଅଖିଳ ଭାରତ କିସାନ ମଜଦୁର ସଭା ଜାତୀୟ ସମ୍ପାଦକ ଭାଲଚନ୍ଦ୍ରର ଷଢଙ୍ଗୀ, ରାଜ୍ୟ କମିଟି ସଦସ୍ୟ କେଦାର ଶବର ପ୍ରମୁଖ ଉପସ୍ଥିତ ଥିଲେ।